24.9 C
Bhubaneswar
Tuesday, April 7, 2026
Homeଓଡିଶାସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କଲେ ମାଓବାଦୀ

ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ର ସୁକମା ଜିଲ୍ଲା ସୀମାନ୍ତ ମାଲକାନଗିରିରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ପୋଟାପଡ଼ା ଗାଁରେ ଘଟିଛି। ମୃତ ବୃଦ୍ଧଙ୍କୁ ସେହି ଗାଁର କାଲୁମୁ ହିଡମା ଭାବରେ ଚିହ୍ନଟ କରାଯାଇଛି। ସେ ପୂର୍ବତନ ବିଧାୟକ ମନୀଷ କୁଞ୍ଜାମଙ୍କ ଶ୍ୱଶୁରଙ୍କ ସାନ ଭାଇ। ପୁଲିସ ସହିତ ତାଙ୍କର ସମ୍ପର୍କ ରହିଥିବା ସନ୍ଦେହ କରି, ମାଓବାଦୀମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ପକ୍ଷରୁ ମାଓବାଦୀଙ୍କ ସନ୍ଧାନରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking