24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସୁପ୍ରିମକୋର୍ଟରେ ଶୁଣାଣି ବେଳେ ବିଚାରପତିଙ୍କୁ ଧମକ ଦେଲେ ଓକିଲ

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ବିଚାରପତିଙ୍କୁ ଧମକ ଦେଲେ ଓକିଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠ ସେମାବାର ଏକ ନିଆରା ମାମଲା ଶୁଣାଣି କରିଛନ୍ତି। ଏଥିରେ ଦୁଇ ଜଣ ଓକିଲ ପରସ୍ପର ମଧ୍ୟରେ ବିବାଦ ନେଇ ଅଭିଯୋଗ ଦାଖଲ କରିଥିଲେ। ଯେତେବେଳେ ଏହି ମାମଲାରେ ଶୁଣାଣି ଆରମ୍ଭ ହୋଇଥିଲା ଆବେଦନକାରୀ ଓକିଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଆବେଦନକାରୀ ଓକିଲ ଖଣ୍ଡପୀଠଙ୍କ ଆଗରେ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ। ଏହାକୁ ନେଇ ଜଷ୍ଟିସ୍ ଓକା ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ପରେ ସେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଜଷ୍ଟିସ୍ ଓକା ଆବେଦନକାରୀଙ୍କୁ କହିଛନ୍ତି, କୋର୍ଟ ବାର କାଉନସିଲ୍ ଓ ବାର ଆସୋସିଏସନ୍ ପକ୍ଷରୁ ଆପଣଙ୍କୁ କ୍ଷମା ମାଗୁଛି, ପୁଣି କାହିଁକି ଏଭଳି କହୁଛ? ଏହାକୁ ନେଇ ଆବେଦନକାରୀ କହିଛନ୍ତି, ମୁଁ ଆତ୍ମହତ୍ୟା କରିଦେବି। ଏହା ଉପରେ ଆବେଦନକାରୀ କହିଛନ୍ତି, ମାମଲାକୁ ରଦ୍ଦ କରାଯାଉ। ଏହା ଶୁଣି ଜଷ୍ଟିସ ଓକା ରାଗିଯାଇଥିଲେ।

ସେ କହିଥିଲେ ତେବେ ଆପଣ ଧମକ ଦେଉଛନ୍ତି ଯଦି ଆମେ ଦୁଇଟି ଅଭିଯୋଗକୁ ରଦ୍ଦ କରିଦେବୁ ତେବେ ଆପଣ ଆତ୍ମହତ୍ୟା କରିଦେବେ? ଏହା ଭିତରେ ଦ୍ୱିତୀୟ ପକ୍ଷ (ପ୍ରତିବାଦୀ)ଙ୍କ ଓକିଲ କହିଛନ୍ତି, ମିଲର୍ଡ ଆମେ ପ୍ରଥମ ଦିନ ହିଁ ଏଭଳି ଅନୁଚିତ ବ୍ୟବହାରର ସାମନା କରୁଛୁ। ଏହାପରେ ଜଷ୍ଟିସ୍ ଓକା ଆବେଦନକାରୀ ଓକିଲଙ୍କୁ କହିଥିଲେ, ଆମେ ଆପଣଙ୍କୁ ସ୍ପଷ୍ଟ ଚେତାବନୀ ଦେଉଛୁ। ଯଦି ଆପଣ କୋର୍ଟଙ୍କୁ ଧମକାଇବେ ତେବେ ଆପଣଙ୍କ ବିରୋଧରେ ଏଫ୍‌?ଆଇଆର ରୁଜୁ କରିବାର ନିର୍ଦେଶ ଦେବୁ। ଆମେ ବାର୍‌ର ସଦସ୍ୟଙ୍କ ଦ୍ୱାରା ଏଭଳି ଆଚରଣକୁ ବରଦାସ୍ତ କରିବୁନି। ଆମେ ଦୁଇଟି ଜିନିଷର ନିର୍ଦେଶ ଦେବୁ, ପ୍ରଥମ ତ ଏଫଆଇଆର ରୁଜୁ କରିବୁ ଏବଂ ଦ୍ୱିତୀୟରେ ଏହାକୁ ଦୁରାଚାର ବୋଲି ମନେକରାଯିବ। ଆମେ ବାର କାଉନସିଲଙ୍କୁ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଓ ଆପଣଙ୍କ ରେଜିଷ୍ଟ୍ରେସନ୍ ନିଲମ୍ବିତ କରିବାକୁ କହିବୁ। ତେବେ ପରେ ଜଷ୍ଟିସ୍ ଓକା ଆବେଦନକାରୀ ଓକିଲଙ୍କୁ କହିଛନ୍ତି ଏହି ମାମଲାକୁ ଆଗକୁ ବଢାଇ ହେବନି। ପ୍ରଥମେ ଆପଣ ତାଙ୍କ ସହ କଥା ହୁଅନ୍ତୁ ଓ ତାଙ୍କୁ କୁହନ୍ତୁ ଏଭଳି ଧମକକୁ କୋର୍ଟ ଡରନ୍ତି ନାହିଁ। ଓଲଟା ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହେବ ଓ ଓକାଲତି କରୁଥିବା ରାସ୍ତାକୁ ମଧ୍ୟ ବନ୍ଦ କରାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking