ଭୁବନେଶ୍ୱର : ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ୮ ହଜାର ୭୩୭ ଟି ଅଭିଯୋଗ ପଞ୍ଜିକରଣ ହୋଇଛି । ୭ ହଜାର ୩୩ଟି ଅଭିଯୋଗ ସମାଧାନ ହୋଇଛି । ୮୪ % ଅଭିଯୋଗର ସଫଳ ସମାଧାନ ହୋଇଛି । ବାକି ଅଭିଯୋଗର ସମାଧାନ ପ୍ରକ୍ରିୟାରେ ରହିଛି । ଆଜି ୪ ଜଣଙ୍କୁ ତତ୍କାଳ ଆର୍ଥିକ ସହାୟତା ଦିଆଯାଇଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।










