18.1 C
Bhubaneswar
Saturday, December 6, 2025
Homeଓଡିଶାସ୍ୱାମୀକୁ ମାରି ମୃତଦେହକୁ ପୋତି ଦେଲା ସ୍ତ୍ରୀ

ସ୍ୱାମୀକୁ ମାରି ମୃତଦେହକୁ ପୋତି ଦେଲା ସ୍ତ୍ରୀ

ଯାଜପୁର: କଳି କାଳରେ ମହା ପୁରୁଷ ଅଚ୍ୟୁତ ଙ୍କ ବାଣୀ ସତ୍ୟ ହେଉଛି ସ୍ଵାମୀ ସ୍ତ୍ରୀ ର ଦେବତା କିନ୍ତୁ ସ୍ଵାମୀ କୁ ସ୍ତ୍ରୀ ହତ୍ୟା କରି ପୋତି ଦେଇ ନିର୍ଭୟ ରେ ଥାନ ରେ ଆତ୍ମ ସମର୍ପଣ କରି କଥା ଚର୍ଚ୍ଚା ର ବିଷବସ୍ତୁ ସାଜିଛି ଏ ପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ର ସୁକିନ୍ଦା ଥାନା ଅଞ୍ଚଳ ରେ ପାରିବାରିକ ବିବାଦରୁ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ଜୀବନରୁ ମାରି ପୋତିଦେଇଥିବା ଘଟଣା ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଅଧୀନ ଡୁବିଖାଲ ଗ୍ରାମରେ । ଡୁବିଖାଲ ଗ୍ରାମ ମୋରା ଦେଓଗମଙ୍କ ଝିଅ ଗୁମାରୀ ମୁଣ୍ଡା (୨୬) ତାଙ୍କ ସ୍ଵାମୀ ବାବୁଲି ମୁଣ୍ଡାଙ୍କୁ ଜୀବନରୁ ମାରି ବାଡ଼ି ପଛପଟେ ପୋତି ଦେଇଥିବା ସୁକିନ୍ଦା ଥାନାରେ ସ୍ବୀକାର କରିଛି । ଗୁମାରି ନିଜେ ରବିବାର ଦିନ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରି ଘଟଣା ସମ୍ପର୍କରେ ନିଜେ ସ୍ବୀକାର କରିଥିବା ଜଣାପଡିଛି । ଏନେଇ ସ୍ଥାନୀୟ ସରପଞ୍ଚ ମଧ୍ୟ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ  ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସୋମବାର ଦିନ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ମାଟିତଳେ ପୋତା ହୋଇଥିବା ମୃତଦେହ ଉଦ୍ଧାର କରିବ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking