30.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶନିରାମିଷ ବିରିୟାନିରୁ ବାହାରିଲା ହାଡ଼

ନିରାମିଷ ବିରିୟାନିରୁ ବାହାରିଲା ହାଡ଼

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଝାନ୍ସୀରେ ଏକ ଅଭାବନୀୟ ଘଟଣା ଘାଟିଛି । ଜଣେ ଗ୍ରାହକଙ୍କ ନିରାମିଷ ବିରିୟାନିରୁ ଏକ ହାଡ଼ ବାହାରିଲା। ଏହାର ସୂଚନା ପାଇବା ମାତ୍ରକେ ରାଷ୍ଟ୍ର ଭକ୍ତ ସଂଗଠନ ସହିତ କିଛି ଅନ୍ୟ ହିନ୍ଦୁବାଦୀ ସଂଗଠନର କାର‌୍ୟ୍ୟକର୍ତ୍ତା ସେଠାରେ ପହଞ୍ଚିଛନ୍ତି ଓ ନାରାବାଜି କରିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଦୋକାନୀ ଭୟ‌ରେ ଦୋକାନ ବନ୍ଦ କରି ସେଠାରେ ପଳାଇ ଯାଇଛି। ହଙ୍ଗାମାର ଖବର ଶୁଣିବା ମାତ୍ରକେ ହିଁ ସହରର ମାଜିଷ୍ଟ୍ରେଟ୍ ଯାଇ ସେଠାରେ ପହଞ୍ଚି ଘଟଣା ସଂପର୍କରେ ଟିକ୍‌ନିକ୍ କଥା ବୁଝିଛନ୍ତି। ପ୍ରତିଦିନ ପରି ବୁଧବାର ଦିନ ବି ବିରିୟାନି ଖାଇବାକୁ ଓ ନେଇଯିବାକୁ ଲୋକ ଭିଡ଼ ଜମିଥିଲା।  ସେମାନଙ୍କ ମଧ୍ୟରେ ଶିବା ନାମଜ ‌ଜଣେ ଯୁବକ ନିଜ ବନ୍ଧୁ ଆଦର୍ଶଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ସେମାନେ ଖାଇବା ପାଇଁ ବିରିୟାନି ବରାଦ ଦେଇଥିଲେ। ସେ ଦୁହେଁ ବିରିୟାନି ନେଇ ସେଠାରୁ ଚାଲି ଯାଇଥିଲେ। ଶିବା ହେଉଛନ୍ତି ହସ୍ପିଟାଲ୍‌ର ସଫେଇ କର୍ମଚାରୀ। ଯେତେବେଳେ ସେ ତାଙ୍କ ବିରିୟାନି ନେଇ ହସ୍ପିଟାଲ୍‌ରେ ଖୋଲିଲେ ତ ସେଥିରୁ ଏକ ହାଡ଼ ଦେଖିଲେ। ତା’ପରେ ସେ ତୁରନ୍ତ ଉକ୍ତ ଦୋକାନକୁ ଗଲେ। ଏହା ସହିତ ସେ ରାଷ୍ଟ୍ର ଭକ୍ତ ସଂଗଠନକୁ ମଧ୍ୟ ଏନେଇ ସୂଚୀତ କରିଦେଲେ। ପରେ ପରେ ଅନେକ ଯୁବକ ସେଠାରେ ପହଞ୍ଚି କାର‌୍ୟ୍ୟାନୁଷ୍ଠାନ ଦାବି କରିବାରେ ଲାଗିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking