ରାଉରକେଲା : ବାଲିଚୋରାଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । କହିଛନ୍ତି ସାବଧାନ ହୁଅ ବାଲିମାଫିଆ , ଏଣିକି ଛଡା ଯିବନି । ଏନେଇ କାଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି । ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଆସୁଛି । ବାଲି ମାଫିଆଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ହେବ । ଆଗରୁ ବାଲି ଖାଦାନ ରାଜସ୍ୱ ବିଭାଗ ଅଧୀନରେ ଆସୁଥିଲା ।










