31.1 C
Bhubaneswar
Friday, February 13, 2026
Homeଓଡିଶାସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ‘ଆମିଟି ୨୦୨୫’ ଅନୁଷ୍ଠିତ

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ‘ଆମିଟି ୨୦୨୫’ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ବାର୍ଷିକ ମହୋତ୍ସବ ‘ଆମିଟି ୨୦୨୫’ ଫେବୃଆରୀ ୨୧ ଓ ୨୨ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବକୁ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ଦିବ୍ୟଜ୍ୟୋତି ଦାସ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ଭାରତ ବାୟୋଟେକ୍ ଲିମିଟେଡ୍ ପରିଚାଳିତ ସାପିଜେନ୍ ବାୟୋଲଜିକ୍ସ ପ୍ରାଇଭେଟ ଲିମିଟେଡର ସଭାପତି ଶ୍ରୀ ଶ୍ୟାମବାବୁ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ସେନାପତି ନିଜ ବକ୍ତବ୍ୟରେ ଫାର୍ମାସୀ ବୃତିରେ ଏପର୍ଯ୍ୟନ୍ତ ଘଟିଥିବା ସମସ୍ତ ପରିବର୍ତନ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଅହରହ ଜ୍ଞାନ ଆହରଣ କରିବା ନିମନ୍ତେ ଉପଦେଶ ଦେଇଥିଲେ। ଏଥିରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ କ୍ଷେତ୍ରରେ ଶ୍ରେଷ୍ଠ ହେବା ନିମନ୍ତେ ଲକ୍ଷ୍ୟ ରଖିବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ ଓଡ଼ିଆ କବି ଶ୍ରୀମତି ସୁଷମା ମିଶ୍ର ଏହି ଦିନ ପାଳିତ ହୋଇଥିବା ବିଶ୍ୱ ମାତୃଭାଷା ଦିବସ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିଜ ବୃତି ସହ ନିଜର ସଂସ୍କୃତି ପ୍ରତି ଆକର୍ଷିତ ହେବାକୁ ଉପଦେଶ ଦେଇଥିଲେ। ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗ୍ରହଣ ବେଳେ ଦାୟିତ୍ୱପୂର୍ଣ୍ଣ ହେବାକୁ କହିଥିଲେ। ଶିକ୍ଷାଗ୍ରହଣ ସମୟରେ ହିଁ ସେମାନେ ନିଜକୁ ରୂପାନ୍ତରିତ କରିବା ଆବଶ୍ୟକ କାରଣ କାର୍ଯ୍ୟରେ ଯୋଗ ଦେବା ପରେ ସେମାନଙ୍କର ଉତରଦାୟିତ୍ୱ ଅଧିକ ହେବ ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କର୍ଷ ପ୍ରତିପାଦିତ କରିବାକୁ କହିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ପତ୍ରିକା ‘ଆରୋନ୍ ୨୦୨୫’ର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ମହୋତ୍ସବ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଫେସର ଇ. ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking