18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଟନେଲ ଦୁର୍ଘଟଣା: ଫସିଲେ ଶ୍ରମିକ

ଟନେଲ ଦୁର୍ଘଟଣା: ଫସିଲେ ଶ୍ରମିକ

ତେଲେଙ୍ଗାନା: ତେଲେଙ୍ଗାନାରେ ବଡ଼ ଅଘଟଣ । ନିର୍ମାଣଧିନ ଟନେଲରେ ଧସିଲା ପଥର । ଫସିଗଲେ ଶ୍ରମିକ । ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା । ତେଲେଙ୍ଗାନା ନାଗରକୁର୍ନୁଲ ଜିଲ୍ଲାରେ ଶ୍ରୀଶେଲମ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ ନିର୍ମାଣ କାମ ଚାଲିଥିବାବେଳେ, ସୁଡଙ୍ଗର ଛାତର କିଛି ଭାଗ ଭୁଶୁଡି ପଡିଥିଲା । ଦୁର୍ଘଟଣାରେ ଅନେକ ଶ୍ରମିକ ଆହତ ହୋଇଥିବାବେଳେ, ଭଙ୍ଗା ଚଟ୍ଟାଣ ତଳେ କିଛି ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ତେବେ ୬ କି ୮ ଜଣ ଶ୍ରମିକ ଫସିଛନ୍ତି ସେନେଇ କମ୍ପାନୀ କର୍ତ୍ତୃପକ୍ଷ ସଠିକ୍ ଭାବେ କହି ପାରୁ ନାହାଁନ୍ତି । ଉଦ୍ଧାରକାରୀ ଦଳକୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତା ରେଡ୍ଡୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking