26.1 C
Bhubaneswar
Thursday, March 26, 2026
Homeଓଡିଶାକୃଷି କ୍ଷେତ୍ରରେ ନବସୃଜନ ଓ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା କୃଷକଙ୍କ ଆୟକୁ ବହୁଗୁଣିତ କରିବାକୁ...

କୃଷି କ୍ଷେତ୍ରରେ ନବସୃଜନ ଓ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା କୃଷକଙ୍କ ଆୟକୁ ବହୁଗୁଣିତ କରିବାକୁ ସରକାର ସର୍ବଦା ଚେଷ୍ଟିତ: ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମ୍ୟାପ ମାଇଁ କ୍ରପର ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ଉପସ୍ଥାପନ ପ୍ରଦର୍ଶନ କରିଛନ୍ତି। ଏହି ଉପସ୍ଥାପନ ପ୍ରଦର୍ଶନ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ପ୍ରତିବର୍ଷ ଏଠାରେ ବାତ୍ୟା, ଅଦିନିଆ ବର୍ଷା, ବନ୍ୟା, ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ଏବଂ କୃଷକମାନେ ହିଁ ଏହାର ସର୍ବାଧିକ କ୍ଷତି ସହିଥାନ୍ତି । ଏହା ବାଦ, ରୋଗପୋକ ଏବଂ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ମଧ୍ୟ ଫସଲ ହାନି ହୋଇଥାଏ । ଏସବୁର ମୁକାବିଲା କରିବା ସହିତ ବିପର୍ଯ୍ୟୟର ଯଥେଷ୍ଟ ଆଗରୁ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଫସଲ ହାନିର ତଥ୍ୟ ସାଟେଲାଇଟ ଯୋଗେ ପ୍ରଦାନ କରିବା ଓ ଯେକୋୖଣସି ସମୟରେ ଯେକୌଣସି ଅଞ୍ଚଳର ଚାଷଜମିର ଅବସ୍ଥିତି ଏବଂ ଫସଲର ଅବସ୍ଥା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ପାଇଁ ମ୍ୟାପ୍ ମାଇଁ କ୍ରପ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ସମ୍ପ୍ରତି ଓଡ଼ିଶାର କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ସହାୟତାରେ ଏଗ୍ରି ଷ୍ଟାକ୍ ଆପ ଯୋଗେ ଚାଷଜମି ଓ ଫସଲର ମ୍ୟାପିଂ କରାଯାଉଛି ।

କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ଉପଯୋଗ କରି କୃଷକଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଓଡ଼ିଶା ସରକାର ସର୍ବଦା ଚେଷ୍ଟିତ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ବୈଠକରେ ମ୍ୟାପ୍ ମାଇଁ କ୍ରପ କମ୍ପାନୀର ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ବୋବଡେ, ଆଦର୍ଶ ନାୟର, ଦିଲ୍ଲୀପ ଦାଶ, ଗିରିଧର, ଆନନ୍ଦ ତାମରାକର, ଏ ଶୈଖ ପ୍ରମୁଖ ଯୋଗଦେଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking