18.1 C
Bhubaneswar
Thursday, December 25, 2025
Homeଓଡିଶାକିଟ୍ ଘଟଣା : ଉଚ୍ଚସ୍ତରୀୟ କମିଟି ଗଠନ, ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟର ପ୍ରତିଶ୍ରୁତି

କିଟ୍ ଘଟଣା : ଉଚ୍ଚସ୍ତରୀୟ କମିଟି ଗଠନ, ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟର ପ୍ରତିଶ୍ରୁତି

ଭୁବନେଶ୍ୱର: ‘ ତଦନ୍ତ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ‘ ଆଗତ ପ୍ରସ୍ତାବ ଉପରେ ବକ୍ତବ୍ୟ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଫେବୃଆରୀ ୧୬ ତାରିଖ ଅପରାହ୍ନରେ କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କର ଆତ୍ମହତ୍ୟାର ଖବର ମିଳିଲା। ଏହାକୁ ନେଇ କିଟ୍ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ଉତ୍ତେଜନା ଆରମ୍ଭ ହେବାର ଖବର ଆସିଥିଲାଇତି ମଧ୍ୟରେ ଫେବୃଆରୀ ୧୭ ତାରିଖ ଦିନ କିଟ୍ ବିଶ୍ବବିଦ୍ୟାଳୟ ତରଫରୁ କେବଳ ନେପାଳର ଛାତ୍ରଛାତ୍ରୀମାନଙ୍କ ପାଇଁ ସାଇନ୍ଏ- ଡ଼ାଏ ଘୋଷଣା କରାଗଲାସେହି ବିଜ୍ଞପ୍ତିରେ ନେପାଳ ଦେଶର ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ କ୍ୟାମ୍ପସ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ନେଇ ଭୁବନେଶ୍ବର ଓ କଟକ ରେଳ ଷ୍ଟେସନରେ ନେଇ ଛାଡି ଦିଆଗଲା। ଉକ୍ତ ଘଟଣାର ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାର ଏହାକୁ ବିଚାରକୁ ନେଇ ସଙ୍ଗେସଙ୍ଗେ ଉକ୍ତ ସାଇନ୍ଡ଼ାଏ ବିଜ୍ଞପ୍ତିକୁ ପ୍ରତ୍ୟାହର କରିବା ପାଇଁ କିଟ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେଏଥ୍‌ସହ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କୁ ସଦସ୍ୟ ଭାବେନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା। ମୁଁ କହିରଖୁବାକୁ ଚାହେଁ ଯେ, ଏହି ସମସ୍ତ ଘଟଣାବଳୀ ଅତ୍ୟନ୍ତ ନିନ୍ଦନୀୟ, ଦୁଃଖଦାୟକ, ବର୍ବୋରଚିତ ଦୁର୍ଭାଗ୍ୟପୂର୍ଣ୍ଣ ଏହି ଅମାନବୀୟ କାର୍ଯ୍ୟକୁ ରାଜ୍ୟ ସରକାର ଦୃଢ଼ ଭାବେ ନିନ୍ଦା କରୁଛନ୍ତିଖୋଦ୍ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ମଧ୍ୟ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତିପ୍ରଥମ ଦିନରୁ ହିଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଓ ପ୍ରତି ମୁହୂର୍ତ୍ତରେ ଏହି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ନେଉଛନ୍ତିଫେବୃଆରୀ ୧୮ ତାରିଖ ଦିନ ଭାରତରେ ଥ‌ିବା ନେପାଳ ଦୂତାବାସର ଦୁଇ ଅଧିକାରୀ ଭୁବନେଶ୍ବର ଆସି କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହିଯାଇଥିବା ନେପାଳର ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ ବାର୍ତ୍ତାଳାପ କରି ତାଙ୍କର ଭଲମନ୍ଦ ବୁଝିଛନ୍ତି ମୁଁ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ନେପାଳର ଏହି ଦୁଇ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛିଇତିମଧ୍ୟରେ ମୁଁ ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ କରି ତାଙ୍କର ସମସ୍ତ ଅଭିଯୋଗ, ଦୁଃଖ ଆଶଙ୍କା ବିଷୟରେ ଅବଗତ ହୋଇଛି ଏବଂ ମୁଁ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ଦୃଢ଼ ପ୍ରତିଶ୍ରୁତି ମଧ୍ଯ ଦେଇଛି। ଏହାସହ ମୁଁ ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଆରକୁ ରାଣା ଦେଉବାଙ୍କ ସହ ଫୋନରେ ମଧ୍ୟ କଥା ହୋଇ ସମସ୍ତ ଘଟଣା ଉପରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଥୁଲି ଏବଂ ସେ ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଆସ୍ଥା ପ୍ରକଟ କରି ସୋସିଆଲ ମିଡ଼ିଆ ‘ଏକ୍ସହ୍ୟାଣ୍ଡେଲ ଟ୍ଵିଟ କରିଛନ୍ତିଏଥିସହିତ ଭାରତରେ ଅବସ୍ଥାପିତ ନେପାଳର ରାଷ୍ଟ୍ରଦୂତ ଶ୍ରୀ ଶଙ୍କର ଶର୍ମା ମଧ୍ୟ ଓଡ଼ିଶା ଭାରତ ସରକାରଙ୍କ ସମସ୍ତ ପଦକ୍ଷେପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତିଫେବୃଆରୀ ୧୯ ତାରିଖ ଠାରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଚାରି ଗୋଟି ୨୪ X ହେଲ୍ପ ଲାଇନ ନମ୍ବର ଗୋଟିଏ ଦ୍ଵାଟ୍ସଆପ୍ ନମ୍ବର ଜାରି କରାଯାଇଛି ଏବଂ ନେପାଳର ଯେଉଁ ଛାତ୍ରଛାତ୍ରୀମାନେ କିଟ୍ କ୍ୟାମ୍ପସ ଛାଡି ଚାଲିଯାଇଛନ୍ତି, ସେମାନଙ୍କୁ ଯୋଗାଯୋଗ କରାଯାଉଛିଏହା ଦ୍ବାରା ସେମାନଙ୍କୁ ପୁନଃ କିଟ୍ କ୍ୟାମ୍ପସକୁ ଫେରି ଆସିବାକୁ ଅନୁରୋଧ କରାଯାଉଛି ଏବଂ ତାଙ୍କ ମନରେ ଥ‌ିବା କ୍ଷୋଭ, ଭୟ ଏବଂ ଆଶଙ୍କାକୁ ପ୍ରସମିତ କରିବା ପାଇଁ ଚେଷ୍ଟା କରାଯାଉଛିରାଜ୍ୟ ସରକାର ନେପାଳର ଏହି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଆଖ୍ ଆଗରେ ରଖ୍ ରିମେଡ଼ିଆଲ୍ କ୍ଲାସ କରାଯିବା ଓ ଆବଶ୍ୟକ ସ୍ଥଳେ ମିଡ୍ ସେମିଷ୍ଟାର ପରୀକ୍ଷାକୁ ଘୁଞ୍ଚାଇବାର ବ୍ୟବସ୍ଥା କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସମସ୍ତ ଗସ୍ତଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦେଇଛନ୍ତିଏହାସହ ଏହି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଯେପରି କିଟ୍ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହେବେ ସେଥିପ୍ରତି ସ୍ବତନ୍ତ୍ରଭାବେ ଧ୍ୟାନ ଦିଆଯିବସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ଉଚ୍ଚସ୍ତରୀୟ କମିଟିର ପ୍ରଥମ ଶୁଣାଣି ଆଜି ଦିବା ୩.୦୦ ଘଟିକା ସମୟରେ ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଶୁଣାଣିରେ ହାଜର ହେବା ପାଇଁ କିଟ୍ ବିଶ୍ବବିଦ୍ୟାଳୟର ଜଣ ବରିଷ୍ଠ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଥିଲା । 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking