ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭକ୍ତ ଦାସ । ବିମାନ ବନ୍ଦରରେ ଭକ୍ତ ଦାସଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । କଂଗ୍ରେସ କରୁଛି ବିଶାଳ ପଦଯାତ୍ରା । ଭୁବନେଶ୍ୱରରୁ ପୁରୀ ଯିବ ପଦଯାତ୍ରା । ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ପାଖରେ ପହଞ୍ଚି ସଂକଳ୍ପ ନେବେ । ତାପରେ ଅନ୍ୟ ଦଳୀୟ କାଯ୍ୟକ୍ରମରେ ଯୋଗ ଦେବେ । ତେବେ ପଦ ଯାତ୍ରା କରିବା ସମୟରେ ଭକ୍ତ ଦାସ ପଡିଯାଇଥିଲେ । ଏହା ପରେ ଭିଡକୁ ନିୟନ୍ତ୍ରଣ କରାଯାଇଥିଲା । ସେ କହିଛନ୍ତି ପଦ ଯାତ୍ରା ଆରମ୍ଭ ହୋଇଛି । ପୁରୀ ଚାଲ ଜଗା ଦର୍ଶନ କରିବା । ଜଗନ୍ନାଥ ମାଟିର ଜୟ ହେବ , ପରିବର୍ତ୍ତନ ହେବ । ପତନ ହୋଇଥିବା ଓଡିଆର ଗୌରବ ଗାରିମା , ମହତ୍ତ୍ୱ ସବୁ ଫେରାଇ ଆଣିବା ପାଇଁ ଏହି ସଂକଳ୍ପ ଯାତ୍ରା ହୋଇଛି । ଗତ ୧୫ ତାରିଖରେ ପିସିସି ସଭାପତି ଭାବେ ଭକ୍ତଦାସଙ୍କ ନାଁକୁ ଘୋଷଣା କରାଯାଇଥିଲା ।










