19.1 C
Bhubaneswar
Wednesday, February 11, 2026
Homeଓଡିଶା୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ପ୍ରାବଧାନ : ମନ୍ତ୍ରୀ

୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ପ୍ରାବଧାନ : ମନ୍ତ୍ରୀ

ଭୁବନେଶ୍ୱର : ସ୍ବାଭାବିକ ଚାଲିଛି ବିଧାନସଭାର ପ୍ରଶ୍ନକାଳ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟରେ ୨ ହଜାର ୩୮୦ଟି ଗାଁକୁ ନାହିଁ ରାସ୍ତା । କନଭରଜେନ୍ସ ଯୋଜନାରେ ରାସ୍ତା ପାଇଁ ସରକାରଙ୍କ ବ୍ୟବସ୍ଥା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୫୮ ଗାଁକୁ ରାସ୍ତା ନାହିଁ । ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିଛନ୍ତି । ପୁର୍ବରୁ ସିଏଫସି, ଏସଏଫସି, ଏମଏଲଏ ଲ୍ୟାଡ, ଏମପି ଲ୍ୟାଡ, ମନରେଗାରେ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ଥିଲା । କିନ୍ତୁ ଚଳିତ ଥର ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଏଥିପାଇଁ ବ୍ୟବସ୍ଥା ରହିଛି । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ପ୍ରାବଧାନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking