30.1 C
Bhubaneswar
Thursday, February 12, 2026
Homeଓଡିଶାଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଆଞ୍ଚଳିକ ସମୀକ୍ଷା ବୈଠକ

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଆଞ୍ଚଳିକ ସମୀକ୍ଷା ବୈଠକ

• ଯୋଗ ଦେଲେ ୫ ରାଜ୍ୟର ପଦାଧିକାରୀ ଓ ପ୍ରତିନିଧି
• ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସଂପର୍କିତ ସମୀକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ କେରଳ ଆଦି ୫ଟି ରାଜ୍ୟକୁ ନେଇ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ସମୀକ୍ଷା ବୈଠକରେ ସଂପୃକ୍ତ ବିଭାଗର ଶାସନ ସଚିବ ଶ୍ରୀ ଅମିତ ଯାଦବ ଅଧ୍ୟକ୍ଷତା କରିଥିଲେ।ଏହି ସମ୍ମିଳନୀରେ ସାମାଜିକ ନ୍ୟାୟ ଓ ସଶକ୍ତି କରଣକୁ ନେଇ ବିଭିନ୍ନ ଯୋଜନା ଏବଂ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରାଳୟ ଦ୍ୱାରା ରାଜ୍ୟ ଗୁଡ଼ିକ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଛି। ଏହି ମଞ୍ଚ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ଆକଳନ କରିବା, ପ୍ରମୁଖ ଆହ୍ୱାନର ମୁକାବିଲା କରିବା ଏବଂ ସମାବେଶୀ ଅଭିବୃଦ୍ଧି ତଥା ସାମାଜିକ ନ୍ୟାୟ ପାଇଁ ନୂତନ ରଣନୀତି ଅନ୍ୱେଷଣ କରିବାର ସୁଯୋଗ ପ୍ରଦାନ କରିଛି । ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ କେନ୍ଦ୍ର ସରକାରଙ୍କ ଏହି ବିଭାଗର ଶାସନ ସଚିବ ଶ୍ରୀ ଯାଦବ,ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମ୍ବୋଧନ କରିଥିଲେ ଏବଂ ଓଡ଼ିଶାର ଅନୁସୂଚିତ ଜନଜାତି, ଅନୁସୂଚିତଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର ପରିଚାଳନା କରିଥିଲେ। ଉଦଘାଟନୀ ଅଭିଭାଷଣରେ, ଏହି କାର୍ଯ୍ୟକ୍ରମ ଆଯ଼ୋଜନ କରିଥିବାରୁ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି ସଂପୃକ୍ତ ବିଭାଗୀୟ ସଚିବ ଶ୍ରୀ ଯାଦବ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରଥମେ ଏହି କାର୍ଯ୍ୟକ୍ରମ ଆଗ୍ରାରେ ଆରମ୍ଭ ହୋଇଥିଲା, ପରେ ପରେ ଆଞ୍ଚଳିକ ବୈଠକ ଲକ୍ଷ୍ନୌ, ହାଇଦ୍ରାବାଦ ଓ ଜୟପୁରରେ ଆୟୋଜିତ ହୋଇଥିଲା ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking