15.1 C
Bhubaneswar
Thursday, December 18, 2025
Homeଓଡିଶାଆସନ୍ତା ୧୮ ତାରିଖରୁ ପ୍ରଦେଶ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଆସନ୍ତା ୧୮ ତାରିଖରୁ ପ୍ରଦେଶ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂକଳ୍ପ ପଦଯାତ୍ରା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ନୂତନ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦାଇତ୍ୱ ନେବା ପୂର୍ବରୁ ଭୁବନେଶ୍ୱର ରୁ ପୁରୀ ପଦଯାତ୍ରା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରି ନୂତନ ପିସିସି ସଭାପତି ରୂପେ ଦାଇତ୍ୱ ଗ୍ରହଣ କରିବେ।

କୌଣସି ରାଜନୈତିକ ଦଳ ର ସଭାପତି ଦାଇତ୍ୱ ନେବା ପୂର୍ବରୁ ପଦଯାତ୍ରା କରି ମହାପ୍ରଭୁଙ୍କ ଆଶିର୍ବାଦ ଆଣି ଦାଇତ୍ୱ ଗ୍ରହଣ କରିନାହାଁନ୍ତି।ଏହା ଏକ ଐତିହାସିକ ପଦଯାତ୍ରା ହେବ ବୋଲି ସେ କହିଛନ୍ତି। ସଂକଳ୍ପ ପଦଯାତ୍ରା ଆସନ୍ତା ୧୮ ତାରିଖ ମଙ୍ଗଳବାର ଦିନ ୧୦ ରୁ ବାହାରି ଶିଶୁଭବନ,ରାଜମହଲ,କଳ୍ପନା,ରବି ଟକିଜ୍ ଦେଇ ଲିଙ୍ଗିପୂର ଠାରେ ଦିନ ୧ ଟାରେ ପହଞ୍ଚିବା। ମଧ୍ୟାହ୍ନ ଭୋଜନ ବିରତ ପରେ ସେଠାରୁ ପଦଯାତ୍ରା ପୁନର୍ବାର ଆରମ୍ଭ ହୋଇ ପିପିଲି ଠାରେ ପହଞ୍ଚି ରାତ୍ରି ଯାପନ କରିବେ।୧୯ ତାରିଖ ସକାଳ ୭ ଟା ରେ ସଂକଳ୍ପ ପଦଯାତ୍ରା ପିପିଲି ଠାରୁ ଆରମ୍ଭ ହୋଇ ତେଇସିପୂର ଠାରେ ପହଞ୍ଚିବ,ମଧ୍ୟାହ୍ନ ଭୋଜନ ଓ ବିରତି ପରେ ପୁନର୍ବାର ପଦଯାତ୍ରା ଆରମ୍ଭ ହୋଇ ଚନ୍ଦନପୁର ଠାରେ ରାତ୍ରି ଯାପନ କରିବେ।

ସେହିଭଳି ୨୦ ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁର ରୁ ବାହାରି ବାଟ ମଙ୍ଗଳା ଠାରେ ମଧ୍ୟାହ୍ନଭୋଜନ କରିବା ପରେ ଅପରାହ୍ନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିବେ ନବ ନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଅନ୍ୟ କଂଗ୍ରେସ ନେତୃବୃନ୍ଦ।ଶ୍ରୀମନ୍ଦିରରୁ ଦର୍ଶନ କରି ଫେରିଲା ପରେ ବଡ଼ଦାଣ୍ଡରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।ମହାପ୍ରଭୁଙ୍କ ଦର୍ଶନ ଓ ଆଶିର୍ବାଦ ଭିକ୍ଷା ନ ସରିବା ପର୍ଯ୍ୟନ୍ତ କୌଣସି ରାଜନୈତିକ ବକ୍ତବ୍ୟ ରଖିବେ ନାହିଁ ବୋଲି ଡ଼ ପଟ୍ଟନାୟକ କହିଛନ୍ତି।ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ରାଜ୍ୟ କଂଗ୍ରେସ ଦଳକୁ ରାଜ୍ୟରେ ୧ ନମ୍ୱର ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରାଇବା ଏବଂ ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରିବା ହିଁ ପଦଯାତ୍ରାର ମୂଳ ଲକ୍ଷ। ତିନିଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରା ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଏହି ପଦଯାତ୍ରା ସାମିଲ ହେବାପାଇଁ ବହୁ ନେତୃବୃନ୍ଦ ଏବଂ ବନ୍ଧୁଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ପାରିନାହାଁନ୍ତି।ତେଣୁ କ୍ଷମା ପ୍ରାର୍ଥନା ମାଗି ନେଇ ଏହି ମହାନ ସଂକଳ୍ପ ପଦଯାତ୍ରାରେ ସମସ୍ତେ ସାମିଲ ହେବାପାଇଁ ଶ୍ରୀ ପଟ୍ଟନାୟକ ସେମାନଙ୍କ ଆଶିର୍ବାଦ କାମନା କରିଛନ୍ତି।ଉକ୍ତ ପଦଯାତ୍ରାକୁ ସଫଳ କରିବା ପାଇଁ ଓଡ଼ିଶାବାସୀଙ୍କ ସହ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ ଏହି ଯାତ୍ରାରେ ଯୋଗଦେବା ପାଇଁ ନବନିଯୁକ୍ତ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ନିବେଦନ କରିଛନ୍ତି ବୋଲି କମିଟି ଅଧ୍ୟକ୍ଷ ଡ଼ ପଟ୍ଟନାୟକ ପ୍ରକାଶ କରିଛନ୍ତି।ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ,ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ୟାସିର ନୱାଜ,ରଞ୍ଜିତ ପାତ୍ର,ମନୋଜ ଜେନା ଓ ଉଦିତ ପ୍ରଧାନ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking