18.1 C
Bhubaneswar
Sunday, February 8, 2026
Homeଅପରାଧନାବାଳିକାକୁ ଅନ୍ତଃସତ୍ତ୍ୱା କରି ଅଭିଯୁକ୍ତ ଫେରାର୍‌

ନାବାଳିକାକୁ ଅନ୍ତଃସତ୍ତ୍ୱା କରି ଅଭିଯୁକ୍ତ ଫେରାର୍‌

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲିଟି ଅନ୍ତର୍ଗତ ସହିଦ ନଗରରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ପିଡ଼ୀତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ, ଦିନେଶ ପାତ୍ର(୩୦) ପୀଡ଼ିତା ବବିତା(ଛଦ୍ମନାମ) (୧୬)ଙ୍କୁ ୨୦୨୪ ଶିବରାତ୍ରିରେ ରାତି ୧୧ଟାରେ ସେଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଡାକିନେଇ ଦୁଷ୍କର୍ମ କରିବା ସହ ମୋବାଇଲ୍ ଫୋନ୍‌ରେ ଭିଡିଓ କରିଥିଲା। ସେହି ଭିଡିଓକୁ ବାରମ୍ବାର ପୀଡ଼ିତାଙ୍କୁ ଦେଖାଇ ଯଦି କାହା ଆଗରେ ମୁହଁ ଖୋଲିବୁ ତା’ହେଲେ ଏହାକୁ ଭାଇରାଲ୍ କରି ତତେ ବଦନାମ କରିବି କହି ଧମକ ଦେଇଥିଲା। ଏହି ଭୟରେ ପୀଡ଼ିତା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିଲା ଏବଂ ବର୍ତ୍ତମାନ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ସରକାର ନାବାଳିକାଙ୍କୁ ସୁରକ୍ଷା ଏବଂ ନ୍ୟାୟ ଦେବା ପାଇଁ ପୋସ୍କୋ ଆକ୍ଟ ଭଳି କଠୋର ନିୟମ ଲାଗୁ କରିଥିବାବେଳେ କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏପରି ମାମଲା ବଢ଼ିବାରେ ଲାଗିଛି। ତେଣୁ ପୀଡ଼ିତାଙ୍କ ମାଆ ଦୋଷୀକୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଅନ୍ୟପଟେ ଫେରାର୍ ଥିବା ଅଭିଯୁକ୍ତ ଦିନେଶକୁୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking