27.1 C
Bhubaneswar
Tuesday, September 29, 2026
Homeଖେଳଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡ୍‌ସ୍ଲାମ୍‌; ଅନ୍ତିମ ସ୍ଥାନରେ ଗୁକେଶଙ୍କ ଅଭିଯାନ ଶେଷ

ଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡ୍‌ସ୍ଲାମ୍‌; ଅନ୍ତିମ ସ୍ଥାନରେ ଗୁକେଶଙ୍କ ଅଭିଯାନ ଶେଷ

ହମ୍ବର୍ଗ: ବିଶ୍ୱ ଚାମ୍ପିଅନ୍ ଡି. ଗୁକେଶ ଅନ୍ତିମ ସ୍ଥାନରେ ରହି ଏଠାରେ ଚାଲିଥିବା ଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡ୍‌ସ୍ଲାମ୍‌ରେ ଅଭିଯାନ ଶେଷ କରିଛନ୍ତି। ସପ୍ତମ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ସେ ଫ୍ରେଞ୍ଚ୍ ଖେଳାଳି ଅଲିରେଜା ଫିରୋଜାଙ୍କଠାରୁ ପରାଜିତ ହୋଇଛନ୍ତି। ଗୁକେଶ ଟୁର୍ଣ୍ଣାମେଣ୍ଟ୍‌ରେ ଗୋଟିଏ ବି ବିଜୟ ହାସଲ କରିପାରି ନାହାନ୍ତି ଏବଂ ତାଙ୍କ ଅଭିଯାନର ନିରାଶାଜନକ ଅନ୍ତ ଘଟିଛି। ଗୁକେଶ ଓ ଫିରୋଜାଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡ୍ ଡ୍ର’ ହୋଇଥିଲା। ୩୦ ମୁଭ୍ ପର୍ଯ୍ୟନ୍ତ ଚାଲିଥିବା ଦ୍ୱିତୀୟ ରାଉଣ୍ଡ୍‌ରେ ତାଙ୍କୁ ପରାଜୟ ମିଳିଥିଲା। ଇତିମଧ୍ୟରେ ଜର୍ମାନୀର ଭିନ୍‌ସେଣ୍ଟ୍ କିମର୍ ଉନ୍ନତ ପ୍ରଦର୍ଶନ ଗାରି ରଖି ଟାଇଟଲ୍ ଜିତିଛନ୍ତି। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭରୁ ତାଙ୍କୁ ସବୁଠୁ ଦୁର୍ବଳ ଖେଳାଳି ବିବେଚନା କରାଯାଉଥିଲା।
ବିଶ୍ୱର ନମ୍ବର ଏକ ଖେଳାଳି ମ୍ୟାଗ୍ନସ୍ କାର୍ଲସନ୍‌ଙ୍କୁ ଟାଇଟଲ୍‌ର ପ୍ରବଳ ଦାବିଦାର କୁହାଯାଉଥିଲେ ମଧ୍ୟ ଶେଷରେ ତାଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫାବିୟାନୋ କାରୁଆନା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଜାଭୋଖିର ସିନ୍ଦାରୋଭ୍‌, ହିକାରୁ ନାକାମୁରା, ନୋଦିରବେକ୍ ଅବ୍‌ଦୁସତ୍ତୋରୋଭ୍‌, ଅଲିରୋଜା ଫିରୋଜା ଯଥାକ୍ରମେ ଚତୁର୍ଥରୁ ୭ମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking