24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମୁଁ ବଞ୍ଚିଥିବା ଯାଏ ବିହାରରେ ବିଜେପି ସରକାର କରିପାରିବନି: ଲାଲୁ

ମୁଁ ବଞ୍ଚିଥିବା ଯାଏ ବିହାରରେ ବିଜେପି ସରକାର କରିପାରିବନି: ଲାଲୁ

ପାଟନା: ବିଧାନସଭା ନିର୍ବାଚନକୁ ନେଇ ବିହାରରେ ଏବେ ରାଜନୈତିକ ଉଷ୍ମତା ଜୋର ଧରିଛି। ଏସବୁ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିହାରରେ ବିଜେପି ସରକାର ଗଠନ କରିପାରିବ ନାହିଁ।” ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସରକାରଙ୍କ ପତନ ସମ୍ପର୍କରେ ଉଦାହରଣ ଦେଇ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ତାଙ୍କ ବିହାରରେ ଏପରି କିଛି ଘଟିବା ଆଶଙ୍କା ନେଇ ପ୍ରଶ୍ନ କଲେ ସେତେବେଳେ ଲାଲୁ ଏପ୍ରକାର ଉତ୍ତର ଦେଇଛନ୍ତି। ଲାଲୁ କହିଛନ୍ତି, ଦିଲ୍ଲୀ ଏବଂ ବିହାର କଥା ସମାନ ନୁହେଁ। ବିହାରବାସୀ ବିଜେପିକୁ ଭଲଭାବେ ଚିହ୍ନି ସାରିଛନ୍ତି। ଯେପର୍ଯ୍ୟନ୍ତ ସେ ବିହାରରେ ଅଛନ୍ତି, ସେପର୍ଯ୍ୟନ୍ତ ବିଜେପି ଏଠାରେ ସରକାର ଗଠନ କରିବାର କୌଣସି ସମ୍ଭାବନା ନାହିଁ। ସେହିପରି ବିଜେପି ନେତାମାନେ ତାଙ୍କୁ ଏବଂ ତାଙ୍କ ପୁଅ ତେଜସ୍ୱୀଙ୍କୁ ‘ଧୃତରାଷ୍ଟ୍ର’ ଏବଂ ‘ଦୁର୍ଯୋଧନ’ ବୋଲି ଡାକିବା ସମ୍ପର୍କରେ ଲାଲୁ କହିଛନ୍ତି ଯେ, ପୁଅ ପାଇଁ ବାପା ଧୃତରାଷ୍ଟ୍ର ହେବା କିଛି ଅପରାଧ ନୁହେଁ। କିନ୍ତୁ ଜଣେ ରାଜା ପାଇଁ ରାଜ୍ୟବାସୀଙ୍କ ବିକାଶ ସର୍ବପ୍ରଥମ ହେବା ଜରୁରି। ସେ ବିହାର ଓ ବିହାରବାସୀଙ୍କ ସ୍ୱାର୍ଥ ପାଇଁ ସବୁକିଛି କରିଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ।
ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ କୁମାର ବିହାର ପାଇଁ ବିଜେପି ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇସାରିଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ଏବେ ଏନ୍‌ଡିଏ ମେଣ୍ଟରେ ସାମିଲ ରହିଛନ୍ତି। ତେବେ ଏହାରି ଭିତରେ ଆଗାମୀ ନିର୍ବାଚନରେ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ଚେହେରା ନୀତୀଶ କୁମାର ହିଁ ହେବେ ବୋଲି ବିଜେପି ସ୍ପଷ୍ଟ କରିଛି। ନୀତୀଶ କୁମାରଙ୍କ ନେତୃତ୍ୱରେ ହିଁ ବିଜେପି ଆଗାମୀ ବିଧାନସଭା ର୍ନିବାଚନ ଲଢ଼ିବ। ବିଜେପି ଅନ୍ୟ କୌଣସି ରାଜ୍ୟରେ ନିର୍ବାଚନ ପୂର୍ବରୁ ଏପ୍ରକାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟ ଘୋଷଣା କରୁନଥିବା ବେଳେ ବିହାର ପାଇଁ କିନ୍ତୁ ଏପରି କରିଛି। ଏହାର ସିଧାସଳଖ ଅର୍ଥ ବିଜେପି ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କୁ ସବୁପ୍ରକାର ଖୁସି ରଖିବାକୁ ଚାହୁଁଛି ବା କୌଣସି ରିସ୍କ ନେବାକୁ ଚାହୁଁନି। କାରଣ ନୀତୀଶଙ୍କ ପଟ ବଦଳାଇବାର ଇତିହାସ ସମ୍ପର୍କରେ ବିଜେପି ମଧ୍ୟ ବେଶ୍ ଭଲଭାବେ ଅବଗତ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking