33.7 C
Bhubaneswar
Monday, May 25, 2026
Homeଦେଶ ବିଦେଶଗାଡି ଶିଖିବା ବେଳେ ଅଘଟଣ : ଚାଲିଗଲା ୩ ଜଣଙ୍କ ଜୀବନ

ଗାଡି ଶିଖିବା ବେଳେ ଅଘଟଣ : ଚାଲିଗଲା ୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ :  ନାଗପୁର ଜିଲ୍ଲାର ବୁଟିବରି ପୁଲିସ୍ ଥାନା ଅନ୍ତର୍ଗତ ବାଲଭାରତୀ ପଡ଼ିଆ ପାଖରେ ଏକ କାର୍‌ଟି କୂଅ ଭିତରେ ପଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।ଏଭଳି  ଅଭାବନୀୟ ଘଟଣା ମହାରା‌ଷ୍ଟ୍ରର ନାଗପୁର ଜିଲ୍ଲାରେ ଘଟିଛି ।ଘଟଣା ସଂପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ଘଟଣା ତଦନ୍ତ କରି ଜାଣିବାକୁ ପାଇଛି ଯେ ସେମାନେ ଗାଡ଼ି ଶିଖିବା ‌ଉଦ୍ଦେଶ୍ୟରେ ସେଠାରେ ଚଲାଉଥିଲେ । ଘଟଣାସ୍ଥଳ‌ରେ ପୁଲିସ୍‌ ପହଞ୍ଚି ମୃତଶରୀରକୁ ଉଦ୍ଧାର କରିଛି। ବୁଟିବରି ପୁଲିସ୍‌ ଥାନାର ଇନ୍‌ସ୍ପେକ୍ଟର ପ୍ରତାପ ଭୋସ୍‌ଲେ କହିଛନ୍ତି ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଛି । ଗୋଟାଏ କାର୍‌ରେ ୩ ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ କାର୍‌ ଶିଖୁଥିଲେ । ଅଚାନକ କାର୍‌ ଗତି ବହୁତ ସ୍ପିଡ଼ ଥିଲା ଓ କାର୍‌ଟି ପଡ଼ିଆ ପାଖରେ ଥିବା ଏକ କୂଅ ଭିତରେ ପଡ଼ି ଯାଇଥିଲା ।ଘଟଣା ସଂପର୍କରେ ଖବର ମିଳିବା ପରେ ହିଁ ପୁଲିସ୍‌ ଯାଇ ସେଠାରେ ପହଞ୍ଚିଥିଲା । ଯାହା ପରେ କାର୍‌ ଓ ୩ ଯୁବକଙ୍କ ମୃତଦେହକୁ ବାହାରକୁ ବାହାର କରାଯାଇଛିତାପରେ ସେମାନଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking