30.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶସଂପତ୍ତି ପାଇଁ ୭୦ ଥର ଛୁରୀ ଭୁସି ହତ୍ୟା କଲା ନାତି

ସଂପତ୍ତି ପାଇଁ ୭୦ ଥର ଛୁରୀ ଭୁସି ହତ୍ୟା କଲା ନାତି

ହାଇଦ୍ରାବାଦ:  ସଂପତ୍ତି ପାଇଁ ନିଜ ଜେଜେବାପାଙ୍କୁ ୭୦ ଥର ଛୁରୀ ଭୁସି ଆଘାତ କରି ଜଣେ ନାତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ହାଇଦ୍ରାବାଦରେ ଘଟିଛି । ପୁଲିସ କହିଛି ଯେ ହାଇଦ୍ରାବାଦର ୮୬ ବର୍ଷୀୟ ଶିଳ୍ପପତି ଭେଲାମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି ସମ୍ପତ୍ତି ବଣ୍ଟନକୁ ନେଇ ତାଙ୍କ ବାସଭବନରେ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ରହିଛି । ପ୍ରଥମେ ସଂପତ୍ତି ଭାଗବଣ୍ଟାକୁ ନେଇ ଜେଜେ ଓ ନାତିଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ତାପରେ ଉଗ୍ର ରୂପ ନେଇଥିଲା। ଜେଜେଙ୍କ ସଂପତି ବାଣ୍ଟରେ ଅସନ୍ତୁଷ୍ଟ ଥିବା ୨୯ ବର୍ଷୀୟ ନାତି କିଲାରୁ କିର୍ତ୍ତୀ ଜେତା ଶେଷରେ ହତ୍ୟା ପରି ଚରମ ପଦକ୍ଷେପ ଆପଣେଇଥିଲା।ଝଗଡ଼ା ସମୟରେ ତେଜାଙ୍କ ମାଆ ସରୋଜିନୀ ଦେବୀ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କାହା କଥା ବି ମାନିନଥିଲା। ଫଳରେ ସରୋଜିନୀ ଦେବୀ ମଧ୍ୟ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଥିବା ବେଳେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ବିବାଦ ଏବଂ ଆକ୍ରମଣ ସମୟରେ ତାଙ୍କ ମାଆଙ୍କ ସହିତ ‌ସେ ରାଓଙ୍କ ବାସଭବନକୁ ଯାଇଥିଲେ। ହତ୍ୟା ଅଭିଯୋଗରେ ଏବେ ତେଜାଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking