33.1 C
Bhubaneswar
Sunday, May 31, 2026
Homeଖେଳଦ୍ୱିତୀୟ ଥର ପିତା ହେଲେ କମିନ୍ସ

ଦ୍ୱିତୀୟ ଥର ପିତା ହେଲେ କମିନ୍ସ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ବେକି ବୋଷ୍ଟନ୍ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଶିଶୁକନ୍ୟାର ନାମ ଏଡି ରଖାଯାଇଛି। କମିନ୍ସ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି। କମିନ୍ସ ସୋସିଆଲ୍ ମିଡିଆରେ ପତ୍ନୀ ଓ ଶିଶୁକନ୍ୟାର ଫଟୋ ଶେୟାର୍ କରିଛନ୍ତି। କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, ଶିଶୁକନ୍ୟା ଏଡିକୁ ପାଇ ଆମେ କେତେ ଖୁସି ଯେ ତାହା ଶବ୍ଦ ବୟାନ କରାଯାଇପାରିବ ନାହିଁ। ପିତା ହେବା ପାଇଁ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍ କ୍ରିକେଟ୍‌ରୁ ବ୍ରେକ୍ ନେଇଥିଲେ। ଆଘାତ ସମସ୍ୟାରେ ସଂଘର୍ଷ କରୁଥିବା କମିନ୍ସ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିଛନ୍ତି। ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଆଧିକାରିକ ଭାବେ ତାଙ୍କ ବଦଳ ଖେଳାଳି ଘୋଷଣା କରାଯାଇ ନାହିଁ। ଜାନୁଆରୀ ୧୩ରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ଅଷ୍ଟ୍ରେଲିଆ ଟିମ୍‌ରେ କମିନ୍ସଙ୍କୁ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking