39.1 C
Bhubaneswar
Sunday, June 21, 2026
Homeଦେଶ ବିଦେଶରେପୋ ରେଟ୍ କଣ ?

ରେପୋ ରେଟ୍ କଣ ?

ମୁମ୍ବାଇ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରୋପୋ ରେଟ୍ ହ୍ରାସ କରି ୬.୨୫% କରିବାକୁ ଘୋଷଣା କରିଛି। ଯାହାକି ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି। ଗତ ପାଞ୍ଚ ବର୍ଷ ହେବ ରୋପ‌ୋ ରେଟ୍ ଅପରିର୍ତ୍ତିତ ରହିଥିବା ବେଳେ ଚଳିତବର୍ଷ ୨୫ ପଏଣ୍ଟ୍ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟ‌ାଙ୍କ୍। ତେବେ ଆପଣ ଜାଣନ୍ତି କି ରେପୋ ରେଟ୍ କାହାକୁ କୁହାଯାଏ?
ରିଜର୍ଭ ବ୍ୟାଙ୍କର ଅନେକ କାମ ରହିଛି । ଏଥିରୁ ଗୋଟିଏ ପ୍ରମୁଖ କାମ ହେଉଛି ନୀତିଗତ ଦର ଉପରେ ନିଷ୍ପତ୍ତି ନେବା ।  ଏହାର ଅର୍ଥ ହେଉଛି ଯେଉଁ ଆଧାରରେ ରିଜର୍ଭ ବ୍ୟାଙ୍କ ସହ ଅନ୍ୟବ୍ୟାଙ୍କର ନେଣଦେଣ ହୋଇଥାଏ । ଯେମିତି ଆପଣ ଗୋଟିଏ ବ୍ୟାଙ୍କ ଖୋଲୁଛନ୍ତି । ନିଜର କାମ ଚଳାଇବା ପାଇଁ ଆପଣଙ୍କୁ ଋଣ ନେବାକୁ ପଡିବ । ଯଦି ଆପଣଙ୍କ କାମ ଭଲ ଚାଲୁଛି ତେବେ ଆପଣ କେଉଁଠି ଟଙ୍କା ରଖିବାକୁ ଚାହିଁବେ । ଏହି ସମୟରେ ସାମ୍ନାକୁ ଆସେ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ ଗୁଡିକ ଏହି ସମୟରେ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ନେଇଥାନ୍ତି । ଏକ ସମୟ ଅବଧି ପାଇଁ ସେମାନେ ଏହି ଋଣ ନେଇଥାନ୍ତି । ଯେଉଁ ସୁଧ ଦେଇ ସେମାନେ ଏହି ଋଣ ନେଇଥାନ୍ତି ତାକୁ ରେପୋ ରେଟ୍ କୁହାଯାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking