23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଉତ୍ତରାଖଣ୍ଡରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ୍‌-ଇନ୍ ଦମ୍ପତି

ଉତ୍ତରାଖଣ୍ଡରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ୍‌-ଇନ୍ ଦମ୍ପତି

ଡେରାଡୁନ୍ : ଉତ୍ତରାଖଣ୍ଡ ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ସମାନ ନାଗରିକ ସଂହିତା ଲାଗୁ କରିବାର ୯ ଦିନ ପରେ ରାଜ୍ୟରେ ପ୍ରଥମ ଲିଭ-ଇନ୍ ଦମ୍ପତି ନିଜ ନାମ ପଞ୍ଜୀକରଣ କରିଛନ୍ତି। ମଙ୍ଗଳବାର ଡେରାଡୁନସ୍ଥିତ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ନୂଆ ଆଇନ ଅନୁସାରେ ସେମାନଙ୍କ ନାଁ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। ପ୍ରକାଶ, ଗତ ଜାନୁଆରୀ ୨୭ରେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିଥିଲେ।

ଏହି ନୂଆ ଆଇନ ଅନୁସାରେ ରାଜ୍ୟରେ କୌଣସି ଯୁବତୀ ଯୁବକ ବିନା ପଞ୍ଜୀକରଣରେ ଲିଭ-ଇନ୍ ସମ୍ପର୍କରେ ରହିପାରିବେ ନାହିଁ। ସେମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ଯାହାର ତଥ୍ୟ ସେମାନଙ୍କ ଅଭିଭାବକଙ୍କ ନିକଟକୁ ପଠାଯିବା ସମେତ ଆହୁରି ଅନେକ ପ୍ରାବଧାନ ରହିଛି। ତେବେ ରାଜ୍ୟରେ ୟୁସିସି ଲାଗୁ ହେବା ପରେ ୩ ଲିଭ-ଇନ୍ ଦମ୍ପତି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଦମ୍ପତିଙ୍କ ନାଁ ପଞ୍ଜୀକୃତ ହୋଇଛି। ଅନ୍ୟ ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଯାଞ୍ଚ କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ ଅଭିନବ ଶାହ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking