ନୂଆଦିଲ୍ଲୀ: ଏ ଦୁନିଆ ହେଉଛି ବିଚିତ୍ର ଓ ରହସ୍ୟମୟ । ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ରିର୍ସର୍ଚ୍ଚ କରୁଛନ୍ତି । ଦଶନ୍ଧି ଧରି ବୈଜ୍ଞାନିକ ମାନେ ବ୍ରଦ୍ମାଣ୍ଡରେ ଜୀବନ ସତ୍ତା ଖୋଜୁଛନ୍ତି । ହେଲେ ଯେତେବେଳେ ସେମାନେ କିଛି ଜୀବନର ପ୍ରମାଣ ପାଆନ୍ତି ସେହି ସମୟରେ ସେମାନେ ଅନୁଭବ କରନ୍ତି କି ଅନୁସନ୍ଧାନ ସରି ସରି ଆସୁଛି । ବ୍ରଦ୍ମାଣ୍ଡରେ ଆମେ ଏକୁଟିଆ ନୁହେଁ । ନାସାର ବୈଜ୍ଞାନିକ ମାନେ ଏମିତି କିଛି ନମୁନା ସଂଗ୍ରହ କରିଛନ୍ତି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଗୁପ୍ତ ତଥ୍ୟ ଯାହାକୁ ବୈଜ୍ଞାନିକ ମାନେ ବହୁ ବର୍ଷ ପୁର୍ବରୁ ଜାଣିବାକୁ ଚେଷ୍ଟା କରିଛନ୍ତି । କିମ୍ବା ନାସା କିଛି ତଥ୍ୟ ଲୁଚାଉଛନ୍ତ କି? ଦିନକୁ ଦିନ ଯେପରି ଏଲିୟନଙ୍କୁ ନେଇ ବିଭିନ୍ନ ତଥ୍ୟ ଜଣାପଡୁଛି ଓ ଚର୍ଟ୍ଟା ହେଉଛି । ବୈଜ୍ଞାନିକ ସତକୁ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି । ଏହି କଥା ଯଦି ସତ ତାହାଲେ ଇତିହାସ ବଦଳିଯିବ।
ନାସା ଯାହା ପାଇଛି ତାହା ଆମ କଳ୍ପନାରୁ ବଡ ହୋଇପାରେ । ପୃଥିବୀ ବାହାରେ ଜୀବନ କଣ ସମ୍ଭବ ହୋଇପାରେ । ଏହାକୁ ସହଜରେ କଳ୍ପନା କରାଯାଇନପାରେ । ନାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଦେଇଛି । ଗ୍ରହାଣୁପିଣ୍ଡ ଆବିଷ୍କାର ନେଇ ନାସା ବଡ ପ୍ରଶ୍ନ ଉଠାଇଛି । କିଛି ବର୍ଷରୁ ବୌଜ୍ଞାନିକ ମାନେ ପ୍ରଶ୍ନ କରିଛନ୍ତି ପୃଥିବୀ ବାହାରେ କଣ ଜୀବନ ରହିଛି ? ଏବେ ନାସାର ବୈଜ୍ଞାନିକ ମାନେ ହଇଚଇ ସୁଷ୍ଟି କରିଛନ୍ତି । ଏକ ଅଭୁତ ପୁର୍ବ କ୍ଷୁଦ୍ର ଗ୍ରହ ବେନୁ କୁ ନେଇ ଜୀବନର ସନ୍ଧାନ ମିଳଛି । କ୍ଷୁଦ୍ରତମ ଗ୍ରହାଣୁ ବେନୁ ଯାହାକି ମହାକାଶରେ ଭାସମାନ ପଥର କୁହାଯାଇଥିଲେ । ନାସାର ଙଝଓଜଓଝ-ଜରଙ୍ଘ ଅନ୍ତରୀକ୍ଷ ଯାନ କିଛି ନମୁନା ନେଇ ଫେରିଛି । ଯାହାକି ଜୀବନ ପାଇଁ ଆବଶ୍ୟକୀୟ ଉପାଦାନ ସୈର ଜଗତରେ ରହିଛି ବୋଲି ସୂଚନା ମିଳିଛି ।