28.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶଜୋମାଟୋ, ସ୍ୱିଗୀରୁ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ !

ଜୋମାଟୋ, ସ୍ୱିଗୀରୁ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ !

ନୂଆଦିଲ୍ଲୀ : ଜୋମାଟୋ, ସ୍ୱିଗୀରୁ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ! ଅର୍ଡର ପୂର୍ବରୁ ଯାଞ୍ଚ କରନ୍ତୁ ହଲଦୀରାମ, ଡୋମିନୋଜ ଆଦି ପ୍ରଡକ୍ଟ ନାଁର ବନାନ । ନଚେତ୍ ନକଲି ରେଣ୍ଟୁରାଣ୍ଟରୁ ଆସି ପାରେ ଖାଦ୍ୟ । ତେଣୁ ପ୍ରତ୍ୟେକ ଅର୍ଡର ପୂର୍ବରୁ ଆପଣ ରେଣ୍ଟୁରାଣ୍ଟର ନାମ ଏବଂ ବିବରଣୀ ଭଲ ଭାବରେ ଯାଞ୍ଚ କରିବା ଜରୁରୀ ।ନିକଟରେ ଭାରତର ଜଣାଶୁଣା ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ଏବେ ଏକ ବିବାଦରେ ଫସିଯାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜର୍ସ ଏହି କମ୍ପାନୀରେ ନକଲି ରେଷ୍ଟୁରାଣ୍ଟ ଥିବା କଥା ଉଠାଇଥିଲେ । ବିବାଦ ପରେ ଜୋମାଟୋ ଏହି ନକଲି ରେଷ୍ଟୁରାଣ୍ଟକୁ ଏହି ପ୍ଲାଟଫର୍ମରୁ ହଟାଇ ଦେଇଛି । ଏନେଇ ଜୋମାଟୋ ଏକ ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଜୋମାଟୋ, ସ୍ୱଗୀ ଅଥବା ଅନ୍ୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବା ସମୟରେ ଲୋକେ କାହିଁକି ସଠିକ୍ ସ୍ଥାନ ଏବଂ ନାମ ଅସଲି ନା ନକଲି ତାହା ଯାଞ୍ଚ କରି କାହିଁକି ଅର୍ଡର କରୁନାହାନ୍ତି ?ଏହି ନକଲି ରେଷ୍ଟୁରାଣ୍ଟକୁ ଜୋମାଟୋରୁ ହଟାଇ ଦିଆଯାଇଥିବା ଜଣାଯାଇଛି । ଏହାଛଡ଼ା ଅନ୍ୟ ନକଲି ରେଷ୍ଟୁରାଣ୍ଟ ଉପରେ ନଜର ରଖି ଶୀଘ୍ର ହଟାଇଦିଆଯିବ ବୋଲି ଜୋମାଟୋ ପକ୍ଷରୁ କୁହାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking