24.1 C
Bhubaneswar
Friday, February 13, 2026
Homeଓଡିଶାପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ

ଯାଜପୁର : ସୋମବାର ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମାନ୍ୟବର ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଶ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଡୁବୁରି ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଦ୍ୱାରା ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)କୁ ଉଦଘାଟନ କରିଛନ୍ତି । ୩,୭୪୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଏହି ନୂତନ ସୁବିଧା ସାଧାରଣ ଲୋକମାନଙ୍କ ପାଇଁ ସେବା ଯୋଗାଣ ଏବଂ ଉପଲତା ରେ ଉନ୍ନତି ଆଣିବା ପାଇଁ ଟିଏସଏଫର ପ୍ରତିବଦ୍ଧତାକୁ ଦର୍ଶାଉଛି । ଉଦଘାଟନୀ ଉତ୍ସବରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, ଓଡ଼ିଶାର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇଥିଲେ । ପିଏଚସିରେ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅନୁକୂଳ ରାମ୍ପ୍ ଏବଂ ଶୌଚାଳୟବ୍ୟବସ୍ତା ରହିଛି । ଏଥିସହ ଭୂତଳ ଜଳ ସଂରକ୍ଷଣ ଏବଂ ପୁନର୍ଜୀବିତ କରିବାରେ ସାହାଯ୍ୟ କରୁଥିବା ଛାତ-ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ସ୍ଥାୟୀ ଭିତ୍ତିଭୂମି ଏବଂ ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ୩୦ରୁ ଊର୍ଦ୍ଧ୍ୱ ସୌର ପ୍ୟାନେଲ ଯୋଗେ ଅକ୍ଷୟ ଶକ୍ତି ଏକୀକରଣ ସମେତ ଅନେକ ବୈଶିଷ୍ଟ୍ୟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking