24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶସ୍ୟାଣ୍ଡେଲକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ

ସ୍ୟାଣ୍ଡେଲକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ

ନୂଆଦିଲ୍ଲୀ : ସ୍ୟାଣ୍ଡେଲକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ । ସ୍ତ୍ରୀକୁ ହାଇ ହିଲ୍ ଦେବାକୁ ମନାକଲେ ସ୍ୱାମୀ। ଥାନାରେ ସ୍ୱାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଆଗ୍ରାରେ । ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ଯୁବକ-ଯୁବତୀ ୨୦୨୪ରେ ବିବାହ କରିଥିଲେ। ଯୁବତୀଙ୍କୁ ଛୋଟବେଳୁ ହାଇ ହିଲ୍ ପିନ୍ଧିବାର ସଉକ୍ ଥିଲା। ବିବାହ ପରେ ଯୁବତୀ ତାଙ୍କ ସ୍ୱାମୀଙ୍କୁ ହାଇ ହିଲ୍ ଆଣିବା ପାଇଁ କହିଥିଲେ । କିଛି ଦିନ ପରେ ସ୍ୱାମୀ ହାଇ ହିଲ୍ ଆଣିଦେଇଥିଲେ । କିନ୍ତୁ ଗୋଟେ ଦିନ ସ୍ତ୍ରୀ ହାଇ ହିଲ୍ ପିନ୍ଧି ଯାଉଥିବା ବେଳେ ପଡିଯିବାରୁ ଆଘାତ ଲାଗିଥିଲା। ଏହାପରେ ସ୍ୱାମୀ ତାଙ୍କୁ ହାଇ ହିଲ୍ ପିନ୍ଧିବାକୁ ମନାକରିଥିଲେ। କିନ୍ତୁ ଯୁବତୀ ତାଙ୍କ ସ୍ୱାମୀଙ୍କ କଥା ମାନିନଥିଲେ। ସ୍ୱାମୀଙ୍କୁ ଆଉ ଏକ ହିଲ୍ ଆଣିବା ପାଇଁ କହିଥିଲେ । କିନ୍ତୁ ସ୍ୱାମୀ ମନା କରିଦେଇଥିଲେ। ଏନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରପିଟ୍ ହୋଇଥିଲେ। ଏନେଇ ସ୍ତ୍ରୀ ଥାନାରେ ସ୍ୱାମୀଙ୍କ ନାଁରେ ଏତଲା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking