21.1 C
Bhubaneswar
Monday, December 22, 2025
Homeଦେଶ ବିଦେଶପ୍ରୟାଗରାଜ ଘଟଣାକୁ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ଏମିତି ରାୟ

ପ୍ରୟାଗରାଜ ଘଟଣାକୁ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ଏମିତି ରାୟ

ପ୍ରୟାଗରାଜ: ପ୍ରୟାଗରାଜରେ ମୌନୀ ଅମବାସ୍ୟା ଦିନ ଘଟିଥିବା ଦୁର୍ଘଟଣା ଲାଗି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ପୁରା ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଥିବାବେଳେ “ଏହା ଏକ ଦୁର୍ଭାଗ୍ୟଜନକ ଘଟଣା, ଯାହା ଚିନ୍ତାର ବିଷୟ କିନ୍ତୁ ହାଇକୋର୍ଟକୁ ଯାଆନ୍ତୁ” ବୋଲି ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା କହିଛନ୍ତି । କୁମ୍ଭମେଳାରେ ହୋଇଥିବା ଅଘଟଣ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ଓକିଲ ବିଶାଳ ତିୱାରୀ, ହେଲେ ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଯିବାକୁ କୋର୍ଟ କହିଥିଲେ । ସୂଚନା ଅନୁସାରେ, ବିଶାଳ ପେଶାରେ ଜଣେ ସୁପ୍ରିମକୋର୍ଟର ଆଇନଜୀବୀ । ଜନସ୍ବାର୍ଥ ମାମଲାର ଉଦ୍ଦେଶ୍ୟ ଥିଲା, ଯେଉଁମାନେ ଏହି ଘଟଣା ଲାଗି ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ମୃତକଙ୍କୁ ନ୍ୟାୟ । କୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହେବା ପରେ ଏମିତି ବଡ଼ବଡ଼ ଉତ୍ସବର ଆୟୋଜନ ପୂର୍ବରୁ ମାର୍ଗଦର୍ଶିକା ଜାରି କରିବା ଲାଗି ଆବେଦନ ହୋଇଥିଲା । ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାରେ କେନ୍ଦ୍ର ସରକାର ଓ ଦେଶର ସମସ୍ତ ରାଜ୍ୟ ସହ କେନ୍ଦ୍ରଶାସିତ ଅଂଚଳକୁ ନେଇ ଏକ କମିଟି ହେଉ । ଏହାସହ ପ୍ରତି ରାଜ୍ୟରେ ଜନସୁବିଧା କେନ୍ଦ୍ର ଖୋଲାଯାଉ ବୋଲି ବିଶାଳ ଦାବି କରିଛନ୍ତି । ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ପ୍ରବଳ ମାତ୍ରାରେ ଗହଳି ଲାଗିଥିଲା । ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବାକୁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ହେଲେ ଦଳାଚକଟା ଶୁଣିବା ପରେ ସମସ୍ତେ ଭୟଭୀୟ ହୋଇପଡ଼ିଥିଲେ । କିନ୍ତୁ ଏତେ ବଡ଼ ଆୟୋଜନରେ ଏମିତି ଦଳାଚକଟା ସ୍ଥିତି କାହିଁକି ହେଲା ସେନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଛି । ୧୪୪ ବର୍ଷ ପରେ ଆୟୋଜିତ ହେଉଥିବା ମହାକୁମ୍ଭମେଳାରେ ମୌନୀ ଅମାବାସ୍ୟା ଉପଲକ୍ଷେ ବୁଡ଼ ପକାଇବାକୁ ଭାରତର କୋଣ ଅନୁକୋଣରୁ କୋଟି କୋଟି ଶ୍ରଦ୍ଧାଳୁ ଆସିଥିଲେ । ଭାରତ ସମେତ ବିଦେଶୀମାନେ ମଧ୍ୟ ସଙ୍ଗମରେ ଏକାଠି ହୋଇଥିଲେ ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ । ଯେଉଁପରି ଭାବରେ ଦୁର୍ଘଟଣା ହେଲା ତାହାକୁ ନେଇ ଚର୍ଚ୍ଚା ସଂସଦରେ ବି ସରଗରମ ହୋଇଥିଲା ସ୍ଥିତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking