29.1 C
Bhubaneswar
Tuesday, May 12, 2026
Homeଓଡିଶାଚାଷୀଙ୍କ ଚିନ୍ତା: କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ଚାଷୀଙ୍କ ଚିନ୍ତା: କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

କଟକ: ଚାଷୀଙ୍କୁ ପାଣି ଯୋଗାଇବାକୁ ଜଳ ପ୍ରକଳ୍ପ ହେଲା । ହେଲେ ପାଣି ମୁନ୍ଦାଏ ଚାଷ ଜମିକୁ ମିଳିଲାନି । କଟକ ଜିଲ୍ଲା ସାଲେପୁର ବ୍ଳକ୍ କୁରୁଳି ଅଞ୍ଚଳରେ ନାବାର୍ଡ ସହାୟତାରେ ଉଠା ଜଳସେଚନ ପ୍ରକଳ୍ପ କରାଯାଇଛି । କିନ୍ତୁ ପ୍ରକଳ୍ପ କାମ ନିମ୍ନମାନର ଯୋଗୁଁ ପାଇପ୍ ଫାଟି କ୍ଷେତକୁ ଆଉ ପାଣି ମାଡ଼ୁନି । ଫଳରେ ଚାଷ ଜମି ଫାଟି ଆଁ କରିଛି । ପ୍ରକଳ୍ପ ପାଇଁ କଟକ ଡିଭିଜନ୍ ପକ୍ଷରୁ ୨୦୨୧-୨୨ରେ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୨୩ରେ ବିଦ୍ୟୁତ ସଂଯୋଗ କରାଯାଇ ଜମିକୁ ପାଣି ଯୋଗାଇ ଦିଆଗଲା। ଯାହାକୁ ନେଇ ଚାଷୀ ମଧ୍ୟ ଖୁସିଥିଲେ । ଠିକାଦାର ମନମାନି କରି ଏପରି ନିମ୍ନମାନର କାମ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ ମାନେ । ଉଠା ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରି କୁରୁଳି ଅଞ୍ଚଳର ଚାଷୀ କଖାରୁ, ଭେଣ୍ଡି, କଲରା ଭଳି ଅନେକ ପନିପରିବା ଚାଷ କରିଥିଲେ। ହେଲେ ଏବେ ପାଣି ଅଭାବରୁ ଫସଲ ସବୁ ନଷ୍ଟ ହେବାକୁ ବସିଲାଣି। ବିଭାଗୀୟ ଅଧିକାରୀ ନଶୁଣିବାରୁ ଚାଷୀ ନିଜସ୍ବ ଉଦମ୍ୟରେ ଏହାର ମରାମତି କରିବାକୁ ଉଦ୍ୟମ କରିଥିଲେ। ହେଲେ ତାହା ସମ୍ଭବ ହେଲା ନାହିଁ। ଏବେ ଏ ସମ୍ପର୍କରେ ମୁହଁ ଖୋଲିବାକୁ ନାରାଜ ବିଭାଗୀୟ ଅଧିକାରୀ ଓ ଠିକାଦାର। ଚାଷୀ ଧାର କରଜ କରି ପନିପରିବା ଚାଷ କରିଥିଲେ। ହେଲେ ସେସବୁ ନଷ୍ଟ ହୋଇଗଲେ କେମିତି ଋଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତୁରନ୍ତ ଜଳ ସେଚନ ପ୍ରକଳ୍ପର ମରାମତି କରାଗଲେ ଚାଷୀ ମାନେ ଉପକୃତ ହୋଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking