23.1 C
Bhubaneswar
Sunday, December 21, 2025
Homeଖେଳଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ପୁଣି ସୁରକ୍ଷା ତ୍ରୁଟି; କୋହଲିଙ୍କୁ ଭେଟିବାକୁ ପଡ଼ିଆରେ ପଶିଲେ ୩ ପ୍ରଶଂସକ

ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ପୁଣି ସୁରକ୍ଷା ତ୍ରୁଟି; କୋହଲିଙ୍କୁ ଭେଟିବାକୁ ପଡ଼ିଆରେ ପଶିଲେ ୩ ପ୍ରଶଂସକ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪-୨୫ ଅନ୍ତିମ ପର୍ଯ୍ୟାୟର ଶନିବାର ତୃତୀୟ ଦିନ ଥିଲା। ଏହି ପର୍ଯ୍ୟାୟରେ ଦିଲ୍ଲୀ-ରେଳବାଇ ମ୍ୟାଚ୍ ସବୁଠୁ ଚର୍ଚ୍ଚାରେ ରହିଥିଲା। ଏହି ମ୍ୟାଚ୍‌ରେ ବିରାଟ କୋହଲି ଦୀର୍ଘ ୧୨ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିଥିଲେ। ସେ ଦିଲ୍ଲୀ ପକ୍ଷରୁ ଖେଳିଥିଲେ। ଶନିବାର ମ୍ୟାଚ୍‌ର ୩ୟ ଦିନ ପ୍ରଥମ ସେସନ୍ ଅବସରରେ ତିନିଜଣ ପ୍ରଶଂସକ ସୁରକ୍ଷା ଘେରା ଭାଙ୍ଗି କୋହଲିଙ୍କୁ ଭେଟିବା ପାଇଁ ପଡ଼ିଆରେ ପଶିଯାଇଥିଲେ। ଦିଲ୍ଲୀ ଏହି ସମୟରେ ଦ୍ୱିତୀୟ ଇନିଂସ୍‌ରେ ଫିଲ୍ଡିଂ କରୁଥିଲା।

ଇନିଂସ୍‌ର ୧୮ଶ ଓଭର୍‌ରେ ଅଚାନକ ଗୌତମ ଗମ୍ଭୀର ଷ୍ଟାଣ୍ଡ୍‌ରୁ ତିନିଜଣ ପ୍ରଶଂସକ କୋହଲିଙ୍କ ଆଡ଼କୁ ଦୌଡ଼ିଥିଲେ ଏବଂ ଜଣେ ତାଙ୍କୁ ପାଦ ମଧ୍ୟ ଛୁଇଁଥିଲେ। ଏହାପରେ ସୁରକ୍ଷାକର୍ମୀ ସେମାନଙ୍କୁ ଧରି ପଡ଼ିଆ ବାହାରକୁ ନେଇଯାଇଥିଲେ। ତିନିଜଣଙ୍କ ମଧ୍ୟରେ ଦୁଇଜଣ ଛୋଟପିଲା ଥିବାବେଳେ ଜଣଙ୍କ ବୟସ ପ୍ରାୟ ୧୮ ବର୍ଷରୁ ଅଧିକ ହେବ। ଏହା ପୂର୍ବରୁ ଗୁରୁବାର ମ୍ୟାଚ୍‌ର ପ୍ରଥମ ଦିନ ମଧ୍ୟ ଜଣେ ପ୍ରଶଂସକ ପଡ଼ିଆରେ ପଶି କୋହଲିଙ୍କ ପାଦ ଛୁଇଁଥିଲେ। କୋହଲି ମ୍ୟାଚ୍‌ର ଦ୍ୱିତୀୟ ଦିନ ଶୁକ୍ରବାର ଦିଲ୍ଲୀର ପ୍ରଥମ ଇନିଂସ୍‌ରେ ବ୍ୟାଟିଂକରି ୧୫ ବଲ୍‌ରେ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ରେଳବାଇର ହିମାଂଶୁ ସାଙ୍ଗୱାନ୍ ତାଙ୍କୁ ବୋଲ୍ଡ କରିଥିଲେ।

ତୃତୀୟ ଦିନ ୩୩୪/୭ ସ୍କୋର୍‌ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆଗକୁ ଖେଳିଥିବା ଦିଲ୍ଲୀ ୩୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ରେଳବାଇ ଟିମ୍ ପ୍ରଥମ ଇନିଂସ୍‌ରେ ୨୪୧ ରନ୍‌ରେ ଅଲ୍‌ଆଉଟ୍ ହୋଇଥିବାରୁ ଦିଲ୍ଲୀକୁ ୧୩୩ ରନ୍‌ର ଅଗ୍ରଣୀ ମିଳିଥିଲା। ଏହାପରେ ରେଳବାଇର ଦ୍ୱିତୀୟ ଇନିଂସ୍ ୧୧୪ ରନ୍‌ରେ ସୀମିତ ହୋଇଯାଇଥିଲା। ଫଳରେ ଦିଲ୍ଲୀ ଏକ ଇନିଂସ୍ ଓ ୧୯ ରନ୍‌ରେ ବିଜୟୀ ହୋଇଛି। ଦିଲ୍ଲୀ ପକ୍ଷରୁ ଦ୍ୱିତୀୟ ଇନିଂସ୍‌ରେ ଶିଭମ୍ ଶର୍ମା ସର୍ବାଧିକ ୫ ୱିକେଟ୍ ନେଇଛନ୍ତି। ଦିଲ୍ଲୀର ପ୍ରଥମ ଇନିଂସ୍‌ରେ କ୍ୟାପ୍‌ଟେନ୍ ଆୟୁଷ ବଡ଼ୋନୀ ୯୯, ସୁମିତ୍ ମାଥୁର ୮୬, ପ୍ରଣବ ରାଜବଂଶୀ ୩୯, ସନତ ସାଙ୍ଗୱାନ୍ ୩୦ ଓ ୟଶ୍ ଧୁଲ୍ ୩୨ ରନ୍ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking