30.1 C
Bhubaneswar
Friday, February 13, 2026
Homeଓଡିଶାଶୀତଦିନେ ଏସବୁ ଖାଦ୍ୟ ପ୍ରତି ଦୂରେଇ ରୁହନ୍ତୁ ..

ଶୀତଦିନେ ଏସବୁ ଖାଦ୍ୟ ପ୍ରତି ଦୂରେଇ ରୁହନ୍ତୁ ..

ଭୁବନେଶ୍ୱର : ବଞ୍ଚିବା ପାଇଁ ଖାଦ୍ୟ ଖାଇଥାଉ । ହେଲେ ସବୁ ଋତୁରେ ଏକ ପ୍ରକାର ଖାଦ୍ୟ ଖାଇବା ଶରୀରର ପାଇଁ ହିତକାର ନୁହେଁ  । ଶୀତଦିନେ କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ । କଣ ଖାଇଲେ ଦେହ ସୁସ୍ଥ ରହିବ । କଣ ଆପଣ ଜାଣିଛନ୍ତି, ଶୀତଦିନେ କଞ୍ଚା ପନି ପରିବା ଖାଇଲେ କଣ ହୁଏ , ଆସନ୍ତୁ ଜାଣିବା ..  ଶୀତଦିନେ  କଞ୍ଚା ପନିପରିବା ଖାଇବା ଠାରୁ ଦୂରରେ ରୁହନ୍ତୁ ।   ବାସ୍ତବରେ   କଞ୍ଚା ପନିପରିବା  ଶରୀରରେ ଭିତରେ ତାପମାତ୍ରାକୁ ହ୍ରାସ କରିଥାଏ ।  ଏହା ଶରୀରକୁ ଗରମ କରିଦେଇଥାଏ । ଶୀତଦିନେ  ଭଜା ଏବଂ ତେଲ ଜିନିଷ ଖାଇବା ଠାରୁ ଦୂରରେ ରହିବା ଉଚିତ ।  ଶୀତ ହେବା ହେତୁ ଲୋକମାନେ ଘରୁ ବାହାରକୁ ବାହାରନ୍ତି ନାହିଁ ଫଳରେ ଆଉ ଯୋଗ କିମ୍ବା ବ୍ୟାୟାମ କରନ୍ତି ନାହିଁ ।  ଏଭଳି ପରିସ୍ଥିତିରେ  ଓଜନ ବଢିବାକୁ ଲାଗିଥାଏ ।   ତେଲିଆ ଖାଦ୍ୟ ଅଧିକ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବଢିଥାଏ । ହୃଦଘାତ ହେବାର ଆଶଙ୍କା ମଧ୍ୟ ଥାଏ । ଶୀତଦିନେ କ୍ଷୀରରେ ହଳଦୀ ମିଶାଇ ପିଇପାରିବେ । ଶୀତଦିନେ  ମଦ୍ୟପାନରୁ ଦୂରେଇ ରହିବା ଉଚିତ ।  କାରଣ ଏହା ଶରୀରକୁ  ଡିହାଇଡ୍ରେଟ କରିଥାଏ ।  ମଦ୍ୟପାନ  କରିବା ଦ୍ୱାରା  ଶରୀରରେ   ଜଳ ଅଭାବ ଦେଖାଦିଏ ।  ଶୀତଦିନେ ଆଇସକ୍ରିମ ବା ଣଣ୍ଡା ଜିନିଷକୁ ଏଡାଇବା ଉଚିତ । ଥଣ୍ଡା, କାଶ ହେବାଭଳି ସମସ୍ୟା ଦେଖାଦେଇଥାଏ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking