ନୂଆଦିଲ୍ଲୀ : ଆଜିଠୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି । ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ଦ୍ରୌପଦୀ ମୁର୍ମୁ । ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । କହିଛନ୍ତି ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି । ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ୱାମୀତ୍ୱ କାର୍ଡରେ ସାମିଲ ଅଛନ୍ତି । ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି କହିଛନ୍ତି ରାଷ୍ଟ୍ରପତି । ୧୦ ବର୍ଷର କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତି ଦେଇଛି । ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଉଛି । ବନ୍ଦେ ଭାରତ ଟ୍ରେନ ଦୌଡୁଛି । ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି । ଭାରତ ବିଶ୍ୱର ୩ୟ ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ । ମଧ୍ୟବିତ୍ତ ଯେତେ ବଡ ସ୍ୱପ୍ନ ଦେଖିବ , ଦେଶ ସେତେ ଆଗେଇବ । ମହିଳାଙ୍କୁ ସଶକ୍ତ କରିବା ଆମ ସରକାରର ଲକ୍ଷ୍ୟ କହିଛନ୍ତି ରାଷ୍ଟ୍ରପତି । ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ ଅଟେ । ଏବେ ୧ କୋଟି ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି । ଆଜିର ମହିଳା ଲଢୁଆ ବିମାନ ଉଡାଉଛନ୍ତି । ଆଜିର ମହିଳା ଲଢୁଆ ବିମାନ ଉଡାଉଛନ୍ତି । ଡ୍ରୋନ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଇଛି । ଏଆଇ ଡିଜିଟାଲ କ୍ଷେତ୍ରରେ ଭାରତ ଏବେ ପଥ ପ୍ରଦର୍ଶକ । କ୍ରୀଡା ପାଇଁ ବିଶ୍ୱସ୍ତରୀୟ ବାତାବରଣ ସୃଷ୍ଟି କରାଯାଉଛି । ରାଷ୍ଟ୍ରପତି ଆହୁରି କହିଛନ୍ତି ମାତୃଭାଷାକୁ ଗୁରୁତ୍ୱ ଦିଆଯାଉଛି । ୧୩ ଭାଷାରେ ଏବେ ପରୀକ୍ଷା ପରିଚାଳନା ହେଉଛି । ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଏବେ ପ୍ରମୁଖ ଦେବ । ଦେଶରେ ରେକର୍ଡ ସଂଖ୍ୟାରେ ଡିଜିଟାଲ ହୋଇଛି । ସାଇବର କ୍ରାଇମ ସାମାଜିକ ସୁରକ୍ଷାରେ ବଡ ଚ୍ୟାଲେଞ୍ଜ ହୋଇଛି । ଏହାର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ୧୦ ବର୍ଷ ତଳେ ଭିତ୍ତିଭୁମି ୨ ଲକ୍ଷ ଥିଲା କୋଟି ଥିଲା । ଏବେ ୧୧ ଲକ୍ଷ କୋଟି ରହିଛି । ସ୍ପେଶ ଡକିଂରେ ଆମକୁ ସଫଳତା ମିଳିଛି । ଦେଶରେ କନେକ୍ଟିଭିଟି ବଢିଛି । ପିଏମ ଗତି ଶକ୍ତି ଦ୍ୱାରା ଦେଶରେ କନେକ୍ଟିଭିଟି ବଢିଛି । ଦେଶରେ ରେଲୱେ ନେଟୱର୍କ ଓ ବିମାନ ବନ୍ଦର ସଂଖ୍ୟା ବଢିଛି । କାଶ୍ମୀରରେ ସବୁଠୁ ଉଚ୍ଚ ରେଲୱେ ବ୍ରିଜ ନିର୍ମାଣ ହୋଇଛି । ଦେଶରେ ମେଟ୍ରୋ ନେଟୱର୍କ ୧ ହଜାର କିମିରୁ ଉଦ୍ଧ୍ୱ । ଦିଲ୍ଲୀର ମେଟ୍ରୋର ଦ୍ରୁତ ଗତିରେ ବିସ୍ତାର ହେଉଛି । ଶିଶୁ ମାତୃ ମୃତ୍ୟୁ ହାରରେ ସୁଧାର ଆସିଛି । କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଯାଇଛି । ୧୪ଟି ରୋପୱେ ପ୍ରଜେକ୍ଟ ଉପରେ କାମ ଚାଲିଛି । ୧୦ ବର୍ଷରେ ଏୟାରପୋର୍ଟ ସଂଖ୍ୟା ଦୁଇଗୁଣା ଅଛି । ମେଡିକାଲ କଲେଜରେ ୭୫ ହଜାର ସିଟ ବୃଦ୍ଧି କରାଯାଇଛି । ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି । ଏକ ଦେଶ , ଏକ ନିର୍ବାଚନ ଉପରେ କାମ ଚାଲିଛି । ଆଦିବାସୀ ଇଲାକାରେ ୩୦ ମେଡିକାଲ କଲେଜ ସ୍ଥାପନ କରାଯିବ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର କାମ କରୁଛନ୍ତି । ୧୪୦ କୋଟି ଭାରତୀୟ ସେବା ହିଁ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ଅଟେ । ନର୍ଥଇଷ୍ଟରେ ଶାନ୍ତି ସ୍ଥାପନ ପାଇଁ ସରକାର କାମ କରୁଛନ୍ତି । ନର୍ଥଇଷ୍ଟର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ୩୭୦ ଉଚ୍ଛେଦ ପରେ କାଶ୍ମୀରରରେ ବିକାଶର ବାତାବରଣ ହୋଇଛି କହିଛନ୍ତି ରାଷ୍ଟ୍ରପତି । ଲୋକସଭା ଓ ବିଧାନସଭା ନିର୍ବାଚନ ସେଠାରେ ଶାନ୍ତିରେ ସରିଛି । ଆଜି ବିଶ୍ୱ ଭାରତର ଯୋଗ ପରମ୍ପରାକୁ ମାନିଛି । ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରାଯାଇଛି । ଦଣ୍ଡ ନୁହେଁ ନ୍ୟାୟ ସଂହିତା ଉପରେ ଗୁରୁତ୍ୱ ଦିଆଯାଉଛି ।










