24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶକୋକାକୋଲା ଡ୍ରିଙ୍କ୍‌ସରେ ମାତ୍ରାଧିକ କେମିକାଲ୍‌

କୋକାକୋଲା ଡ୍ରିଙ୍କ୍‌ସରେ ମାତ୍ରାଧିକ କେମିକାଲ୍‌

ନୂଆଦିଲ୍ଲୀ : ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍‌ସ କୋକାକୋଲାରେ ମାତ୍ରାଧିକ କେମିକାଲ୍‌। କୋକାକୋଲାରେ ‘କ୍ଲୋରେଟ୍‌’ ନାମକ ଏକ କେମିକାଲ ମାତ୍ରାଧିକ ମିଶୁଥିବା କମ୍ପାନୀ ନଜରକୁ ଆସିଛି। ଯେଉଁଥିପାଇଁ କମ୍ପାନୀ ୟୁରୋପର ଏକାଧିକ ଦେଶରୁ ନିଜ ପାନୀୟ ଉତ୍ପାଦ ଫେରାଇନେବା ଲାଗି ନିଷ୍ପତ୍ତି ନେଇଛି। ବେଲ୍‌ଜିୟମ, ଲକ୍ସମବର୍ଗ ଏବଂ ନେଦରଲ୍ୟାଣ୍ଡ୍‌ସରୁ କମ୍ପାନୀ ଏହାର କୋଲ୍ଡ ଡ୍ରିଙ୍କ୍‌ସ ଫେରାଇ ନେବ। ବ୍ରିଟେନରେ କେବଳ ୫ ପ୍ରଡକ୍ଟ ଲାଇନ ପଠାଯାଇଥିଲା ଏବଂ ତାହା ପୂର୍ବରୁ ହିଁ ବିକ୍ରି ହୋଇସାରିଛି। ଏବେ ବିକ୍ରି ହୋଇ ନ ଥିବା ଉତ୍ପାଦକୁ ଫେରାଇ ଅଣାଯିବାକୁ ପଦକ୍ଷେପ ନିଆଯାଉଛି।

ରିପୋର୍ଟ ଅନୁସାରେ, କୋକାକୋଲା ଏହାର କୋକ୍‌, ଫାଣ୍ଟା, ସ୍ପ୍ରାଇଟ୍‌, ଟ୍ରପିକୋ ଏବଂ ମିନିଟ୍ ମେଡ୍ ବ୍ରାଣ୍ଡ୍‌ର ଉତ୍ପାଦ ବଜାରରୁ ଫେରାଇ ନେବ। କ୍ଲୋରିନ୍ ବେସ୍‌ଡ ଡିସ୍‌ଇନ୍‌ଫେକ୍‌ଟାଣ୍ଟ୍‌ସକୁ ୱାଟର ଟ୍ରିଟ୍‌ମେଣ୍ଟ ଏବଂ ଫୁଡ୍ ପ୍ରୋସେସିଂରେ ବ୍ୟବହାର କରାଗଲେ କ୍ଲୋରେଟ୍ କେମିକାଲ ବନିଥାଏ। ମାତ୍ରାଧିକ କ୍ଲୋରେଟ୍ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ । ବିଶେଷ କରି ଛୋଟ ପିଲାଙ୍କଠାରେ ଏଥିଯୋଗୁ ଥାଇରଏଡ ରୋଗ ଦେଖାଦେଇଥାଏ । କାରଣ ଏହା ଶରୀରରେ ହରମୋନ ସନ୍ତୁଳନକୁ ପ୍ରଭାବିତ କରେ । କୋଲ୍ଡ ଡ୍ରିଙ୍କ୍‌ସରେ ମାତ୍ରାଧିକ କ୍ଲୋରେଟ୍ ରହିବା ଦ୍ୱାରା ବାନ୍ତି, ଝାଡ଼ା ହେବା ସହ ରକ୍ତରେ ଅମ୍ଳଜାନ ଗ୍ରହଣ କରିବାର କ୍ଷମତା ହ୍ରାସ ପାଇଥାଏ । ତେଣୁ ଏହା ଶରୀର ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ । ବ୍ରିଟେନ୍ ଖାଦ୍ୟ ମାନକ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, କୋକାକୋଲାର ଏହି ମାମଲାର ଯାଞ୍ଚ କରାଯାଉଛି। ଯଦି ଏଥିରେ କୌଣସି ଅସ୍ୱାସ୍ଥ୍ୟକର ପଦାର୍ଥ ମିଳେ, ତେବେ ଜରୁରି ପଦକ୍ଷେପ ନିଆଯିବ। ଏଥିସହ କୋଲ୍ଡ ଡ୍ରିଙ୍କ୍‌?ସରୁ ଏପରି ପଦାର୍ଥକୁ ହଟାଯିବାକୁ ନିର୍ଦ୍ଦେଶ ଜାରି ହେବ। ଗ୍ରାହକଙ୍କୁ ମଧ୍ୟ ଏ ବାବଦରେ ସୂଚନା ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking