25.1 C
Bhubaneswar
Tuesday, March 24, 2026
Homeଓଡିଶାବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ ଜିନ୍ଦଲଙ୍କ ଅଂଶଗ୍ରହଣ

ବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ ଜିନ୍ଦଲଙ୍କ ଅଂଶଗ୍ରହଣ

ଡାଭୋସ୍ : ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀମତୀ ଶାଲୁ ଜିନ୍ଦଲ ଡାଭୋସ୍ ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଫାଉଣ୍ଡେସନର ପ୍ରଭାବଶାଳୀ ପଦକ୍ଷେପ ଗୁଡିକ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।

ଏହି ଫୋରମରେ ଇନଭେଷ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ୟାଭିଲିୟନରେ ଦକ୍ଷତା ବିକାଶ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସେ କେନ୍ଦ୍ର ମନ୍ତ୍ରୀ (ଦକ୍ଷତା ବିକାଶ ଓ ଉଦ୍ୟୋଗ) ଶ୍ରୀ ଜୟନ୍ତ ଚୌଧୁରୀଙ୍କ ସହ ଯୋଗ ଦେଇଥିଲେ। ଦକ୍ଷତା ଅଭାବଦୂର କରିବା ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ରେ ଜିନ୍ଦଲ ଫାଉଣ୍ଡେସନ ଏବଂ ଭାରତ ସରକାରଙ୍କ ମଧ୍ୟରେ ପ୍ରଭାବଶାଳୀ ସହଯୋଗ କୁ ସେ ଗୁରୁତ୍ୱାରୋପ କରିଛନ୍ତି । ଦକ୍ଷତା ବିକାଶ କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ତାଙ୍କୁ ପ୍ରଶଂସା କରିଥିଲେ। ଏହି ଅଧିବେଶନରେ ଦକ୍ଷତା ଅଭାବ ଦୂର କରିବା, ନିଯୁକ୍ତି ସୁଯୋଗ କୁ ପ୍ରୋତ୍ସାହିତ କରିବା ଏବଂ ଅବହେଳିତ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ପାଇଁ ଡିଜାଇନ୍ କରାଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା । ଦକ୍ଷତା ଗ୍ୟାପ୍ସକୁ ଦୂର କରିବା ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ଜିନ୍ଦଲ ଫାଉଣ୍ଡେସନ ଏବଂ ଭାରତ ସରକାରଙ୍କ ମଧ୍ୟରେ ପ୍ରଭାବଶାଳୀ ସହଯୋଗକୁ ସେ ଉଲ୍ଲେଖ କରିଥିଲେ। ଦକ୍ଷତା ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ଅଧିବେଶନରେ ଦକ୍ଷତା ଗ୍ୟାପ୍ସକୁ ପୂରଣ କରିବା, ନିଯୁକ୍ତିରେ ଉନ୍ନତି ଆଣିବା ଏବଂ ଅବହେଳିତ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଫାଉଣ୍ଡେସନ ଦ୍ବାରା ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।

ୱୂମେନ ଇନସ୍ପେରିଂ ନେଟୱର୍କ ଦ୍ୱାରା ଆୟୋଜିତ ‘ଜେନେରେସନଲ ୱେଲ୍ଥ’ ଶୀର୍ଷକ ଏକ ସେସନରେ ଯୋଗଦେଇ ସେ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ବିଭିନ୍ନ ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ପଦକ୍ଷେପଗୁଡିକ କିପରି ଅର୍ଥନୈତିକ ଅଭିବୃଦ୍ଧିରକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ତାହା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ସାମାଜିକ ଶାଖା ଭାବରେ କାର୍ଯ୍ୟ କରୁଥିବା ଜିନ୍ଦଲ ଫାଉଣ୍ଡେସନ୍, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ପରିମଳ, ମହିଳା ଏବଂ କୃଷକଙ୍କ ସଶକ୍ତିକରଣ, ଜୀବିକା ବିକାଶ, ଦକ୍ଷତା ଅଭିବୃଦ୍ଧି, ଗୁଣାତ୍ମକ ଶିକ୍ଷା, ଗ୍ରାମୀଣ ଭିତ୍ତିଭୂମି, ସାମାଜିକ ଅନ୍ତର୍ଭୁକ୍ତି ଏବଂ କ୍ରୀଡା ଭଳି ବହୁମୁଖୀ ଏବଂ ସ୍ଥାୟୀ ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ୧୪.୩ ନିୟୁତ ଲୋକଙ୍କ ନିକଟରେ ପହଞ୍ଚି ପାରିଛି । ଡାଭୋସ୍ ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଅଂଶଗ୍ରହଣ ଅର୍ଥପୂର୍ଣ୍ଣ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ଜିନ୍ଦଲ ଫାଉଣ୍ଡେସନର ସମର୍ପଣକୁ ସୂଚାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking