ଭୁବନେଶ୍ୱର : ପ୍ରି ବଜେଟ ନେଇ ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ପୂର୍ୱତନ ଅର୍ଥମନ୍ତ୍ରୀ ଓ ବିଶେଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ସେ ସୂଚନା ଦେଇଛନ୍ତି , କହିଛନ୍ତି ଏହି ବଜେଟ ଲୋକଙ୍କ ବଜେଟ ହେବ । ବଜେଟର ଆକାର ବଡ ହେବ । ବଜେଟ ନେଇ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯିବ । ଶିଳ୍ପ ଓ ପଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ । ନିବେଶ ବଢିଲେ ଆର୍ଥିକ ସ୍ଥିତି ସୁଧୁରିବ । ଏହାଦ୍ୱାରା ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ବି ଦୃଢ ହେବ । ଶ୍ରମିକ , ଚାଷୀ , ନିଯୁକ୍ତିଙ୍କୁ ଦୃଷ୍ଟିରେ ରଖାଯାଇଛି । ନିଯୁକ୍ତି କ୍ଷେତ୍ରରେ ବଡ ପଦକ୍ଷେପ ନେବାକୁ ଯାଉଛୁ । ଅନଲାଇନରେ ବହୁତ ମତାମତ ଆସୁଛି କହିଛନ୍ତି ମୁଖ୍ୟମନ୍ତ୍ରୀ । ୪୦ ହଜାର ପଦବୀ ଚଳିତ ବର୍ଷ ପୂରଣ କରାଯିବ । ୪୦ ହଜାର ନିଯୁକ୍ତି ଖୁବଶୀଘ୍ର ଦିଆଯିବ । ନିଯୁକ୍ତି ପାଇଁ ଶିଳ୍ପ ବାଟ ଦେଖାଇବ ।