25.1 C
Bhubaneswar
Thursday, February 12, 2026
Homeଓଡିଶାବାଚସ୍ପତି ପଦମର୍ଯ୍ୟାଦା ରଖୁ ନାହାନ୍ତି: ପ୍ରମିଳା

ବାଚସ୍ପତି ପଦମର୍ଯ୍ୟାଦା ରଖୁ ନାହାନ୍ତି: ପ୍ରମିଳା

– ବାଚସ୍ପତିଙ୍କ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପଦର ଗାରିମା କ୍ଷୁର୍ଣ୍ଣହୋଇଛି
– ବାଚସ୍ପତିଙ୍କ ଧମକ ବିରୋଧୀ ଦଳ ଉପରେ ପ୍ରଭାବ ପଡିବ ନାହିଁ
– ପାଞ୍ଚ ହଜାର ପୁରୁଷ ବିଜେପି କର୍ମୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି

ଭୁବନେଶ୍ୱର :ବିରୋଧୀ ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ମନ୍ତବ୍ୟ ଉପରେ ବିଜୁଜନତା ଦଳ କଡା ପ୍ରତିକ୍ରିୟା ରଖିଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିଜୁଜନତା ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବର୍ତ୍ତମାନର ବାଚସ୍ପତି ପଦ ମର୍ଯ୍ୟାଦା ରଖୁ ନାହାନ୍ତି। ବାଚସ୍ପତି ପଦର ଗାରିମା ରହିଛି। ଏହି ପଦରେ ବସିଥିବା ବ୍ୟକ୍ତି କୌଣସି ଦଳର ପ୍ରତିନିଧିତ୍ୱ କରନ୍ତି ନାହିଁ। କିନ୍ତୁ ତାଙ୍କର ଏହି ମନ୍ତବ୍ୟ ବିଜେପି ଦଳର ମନ୍ତବ୍ୟ ପରିମନେ ହେଉଛି। ତାଙ୍କ ମନ୍ତବ୍ୟରେ ସେ ବିରୋଧୀ ଦଳକୁ ଧମକ ଦେବା ପରିମନେ ହେଉଛି। ତାଙ୍କ ଧମକ ବିରୋଧୀ ଦଳ ଉପରେ ପ୍ରଭାବ ପଡିବ ନାହିଁଓଲଟାବିରୋଧୀ ଦଳରସ୍ୱର ଅଧିକ ଶାଣିତ ହେବ। ସାମ୍ୱାଦିକମାନଙ୍କୁ ଅନୁରୋଧ, ସେ କେଉଁ ଦଳର ବୋଲି ବାଚସ୍ପତିଙ୍କୁ ପଚାରନ୍ତୁ। ବାଚସ୍ପତି ନିଜେ ସ୍ପଷ୍ଟ କରନ୍ତୁ ସେ କେଉଁ ଦଳର। ଆମେ ଦେଖିଥିଲୁ, ସେ ବିଜେପି ଅଫିସରେ ହେଉଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଁ ଦୀର୍ଘ ନଅ ମାସ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବାବେଳେ ଶଙ୍ଖଭବନ କି ନବୀନ ନିବାସ ଯାଇ ନାହିଁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।

ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ନିକଟରେ ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବୋଲି ଦେଇଥିବା ମନ୍ତବ୍ୟ ଉପରେ ଶ୍ରୀମତୀ ମଲ୍ଲିକ କଡା ପ୍ରତିକ୍ରିୟା ଦେଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାରଙ୍କ ସିଷ୍ଟମ ଠିକ କାମ କରୁନାହିଁ। ଆଧାର କାର୍ଡକୁଲିଙ୍କ କରାଯାଇ ଆବେଦନ କରାଯାଉଥିବା ବେଳେ ଏଭଳି ତ୍ରୁଟି କିପରି ସମ୍ଭବ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଆମେ ଜାଣିବାରେ, ଅନ୍ୟୁନ୍ୟ ପାଞ୍ଚ ହଜାର ପୁରୁଷ ବିଜେପି କର୍ମୀ ସୁଭଦ୍ରା ଯୋଜନାରେ, ସରକାରଙ୍କ ଜାଣତରେ ଆବେଦନ କରିଛନ୍ତି। ତଦନ୍ତ ହେଲେ, ଏହା ଧରା ପଡିବ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking