କଟକ : କଟକ ଜିଲ୍ଲାର ନରସିଂହପୁରରେ ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର ଧରାପଡିଛନ୍ତି । ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱନାଥ ଆଧେକ । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ୫ ହଜାର ଲାଞ୍ଚ ମାଗିଥିଲେ । ସାପ କାମୁଡାରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଧରାପଡିବା ପରେ ଡାକ୍ତରଙ୍କୁ କଟକ ନେଇ ଭିଜିଲାନ୍ସ ତନାଘନା କରୁଛି ।