ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ ଶେଷ ହୋଇଛି । ବୈଠକ ଶେଷ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ ଆଦର୍ଶ ବିଦ୍ୟାଳୟ । ୫-ଟିରେ ଅନେକ ସ୍କୁଲ ରୂପାନ୍ତରିତ ହୋଇଥିଲା । ଏଥିରେ ଡିପିଆର ନଥିଲା । ପୁରୁଣା କାନ୍ଥରେ ରଙ୍ଗ ଦିଆଯାଇଥିଲା । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ । ୬ ହଜାର ୭୯୪ ପଞ୍ଚାୟତରେ ବିଦ୍ୟାଳଳୟ ହେବ । ୪ ବର୍ଷରେ କାମ ସରିବ , ଖର୍ଚ୍ଚ ହେବ ୫ କୋଟି । ୧୨ ଲକ୍ଷ ୫୬ ହଜାର ୧୪୮ କୋଟିର ଦାବି ରହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରସ୍ତାବ ରହିବ । କ୍ୟାବିନେଟରେ ଅର୍ଥ ବିଭାଗ ପ୍ରସ୍ତାବକୁ ଅନୁମୋଦନ ହୋଇଛି । ଫେବୃଆରୀ ୫ରେ ଓଡିଶା ଆସିବେ ଅର୍ଥ କମିଶନ । ରାଜ୍ୟରେ ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ହେବ । ପ୍ରଥମ କରି ଓଡିଶାରେ ପ୍ରତିଷ୍ଠା ହେବ ସେମିକଣ୍ଡକ୍ଟର ୟୁନିଟ । କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ବ୍ୟବସ୍ଥା ୬୦ ପ୍ରତିଶତ ସବସିଡି ଯୋଗାଇବେ ରାଜ୍ୟ ସରକାର ା ଶୀତଳ ଭଣ୍ଡାର ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ବିକଶିତ ଗାଁ , ବିକଶିତ ଓଡିଶାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଗ୍ରାମର ବିକାଶ ପାଇଁ ନୂଆ ଯୋଜନା ଘୋଷଣା କଲେ ସରକାର । ବିକଶିତ ଗାଁ , ବିକଶିତ ଓଡିଶା ପାଇଁ ହଜାରେ କୋଟିର ବ୍ୟବସ୍ଥା ରହିଛି । ଗାଁ ପଲ୍ଲୀସଭାରେ ପ୍ରକଳ୍ପକୁ ଅନୁମୋଦନ ମିଳିବ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ ଓଡିଶା , ନବୀନ ଓଡିଶା ଯୋଜନାରେ ସଫଳତା ନାହିଁ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ୟାବିନେଟରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୧୭ ଡାକ୍ତରୀ ନିୟମାବଳୀରେ ସଂଶୋଧନ ହେଲା । ୫ ହଜାର ଡାକ୍ତର ଙ୍କୁ ନିଯୁକ୍ତି ଦିଆଯିବ ।