21.1 C
Bhubaneswar
Tuesday, January 21, 2025
Homeଓଡିଶାଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ମାମଲା: ହାଇକୋର୍ଟ ଯିବେ ମମତା

ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ମାମଲା: ହାଇକୋର୍ଟ ଯିବେ ମମତା

କୋଲକତା: ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟଙ୍କ ଫଇସଲାକୁ ନେଇ ପଶ୍ଚିମବଙ୍ଗ ସରକାର ଅସନ୍ତୋଷ ଜାହିର କରିଛନ୍ତି । ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ମମତା ସରକାର ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି । କୋର୍ଟଙ୍କ ଶୁଣାଣୀ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ଯଦି ମାମଲାର ତଦନ୍ତ କୋଲକତା ପୁଲିସ୍ କରିଥାନ୍ତା ହୁଏତ ଦୋଷୀକୁ ଫାଶୀଦଣ୍ଡ ମିଳିଥାନ୍ତା । ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ କିନ୍ତୁ  ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା ଓ ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ମମତା ସେପଟେ କୋର୍ଟଙ୍କ ଫଇସଲାକୁ ବିରୋଧ କରି ଜୁନିୟର ଡାକ୍ତର ଜୋରଦାର ବିକ୍ଷୋଭ କରିଛନ୍ତି । କୋର୍ଟ ବାହାରେ ଶହଶହ ସଂଖ୍ୟକ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୋର୍ଟଙ୍କ ଫଇସଲାରେ ପକ୍ଷପାତିତା ହୋଇଥିବା କହିଛନ୍ତି ବିକ୍ଷୋଭକାରୀ । ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଗ୍ରହଣ କରିବେନି ବୋଲି କହିଛନ୍ତି ଅଭୟାଙ୍କ ପରିବାର । ମୃତ ପୀଡିତାଙ୍କ ବାପା କହିଛନ୍ତି ଆମକୁ ଟଙ୍କା ନୁହେଁ ନ୍ୟାୟ ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking