ପୁରୀ: ପୁରୀ ଜିଲ୍ଲା କଣାସରେ ହଇଜା ବ୍ୟାପିବାକୁ ନେଇ ବିଜେଡି ଘେରିଛି । ବିଜେଡି କରିଥିବା ପ୍ରେସମିଟରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ୧୦ ଦିନ ତଳୁ ହଇଜା ହେଲାଣି , ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳଳି ପରିସ୍ଥିତିରେ ସ୍ଥାନୀୟ ହସ୍ପିଟାଲରେ ଚାବି ପଡିଛି । ହସ୍ପିଟାଲରେ ଡାକ୍ତର ନାହାଁନ୍ତି । ପଯ୍ୟପ୍ତ ପରିମାଣରେ ପିଇବା ପାଣି ପହଞ୍ଚି ନାହିଁ । ସୂଚନା ଦେବା ପରେ ବି ସ୍ଥାନୀୟ ଅଞ୍ଚଳକୁ ସ୍ୱାସ୍ଥ୍ୟ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଗଲେ ନାହିଁ । ହଇଜାରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦିଆଯାଉ କହିଛି ବିଜେଡି । ସରକାର ଆବଶ୍ୟକ ପଦକ୍ଷେପ ନନେଲେ ଗଣ ଆନ୍ଦୋଳନ ହେବ କହିଛି ବିଜେଡି ।