ଭୁବନେଶ୍ୱର: ହୋସ୍ ଉଡାଇଲା ହଂସିତାଙ୍କ କାରନାମ । ବାହାର ରାଜ୍ୟକୁ ଯୁବତୀ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ବଣ୍ଟି ବବଲିଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟର ସେକ୍ସନ ୫ ଲଗାଇଛି ପୁଲିସ୍ । ଗତ ୧୬ରେ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ୨୦୦୦ର ସେକ୍ସନ ୬୭ ମଧ୍ୟ ଲାଗିଛି । କୌଣସି ଯୁବତୀଙ୍କ ନଗ୍ନ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରଲ କରିବା କିମ୍ବା ଇଲୋକ୍ଟ୍ରନିକ ଗ୍ୟାଜେଟ ମାଧ୍ୟମରେ ଦେଖାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ତେବେ ଯୁବତୀ ଚାଲାଣ ଅଭିଯୋଗ ପରେ, ଏହି ଠକ ଦମ୍ପତିଙ୍କ କାରନାମାକୁ ନେଇ ଖୋଳତାଡ଼ କରୁଛି ସ୍ପେଶାଲ କ୍ରାଇମ ୟୁନିଟ ।