20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶହ୍ୱାଇଟ ହାଉସ୍ ଉପରେ ଆକ୍ରମଣ; ମୂଳ ଭାରତୀୟଙ୍କୁ ୮ ବର୍ଷ ଜେଲଦଣ୍ଡ

ହ୍ୱାଇଟ ହାଉସ୍ ଉପରେ ଆକ୍ରମଣ; ମୂଳ ଭାରତୀୟଙ୍କୁ ୮ ବର୍ଷ ଜେଲଦଣ୍ଡ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ଉପରେ ଆକ୍ରମଣ କରିବା ଅଭିଯୋଗରେ ୨୦ ବର୍ଷୀୟ ମୂଳ ଭାରତୀୟ ନାଗରିକ ସାଇ ବର୍ଷିତ କଣ୍ଡୁଲାଙ୍କୁ ୮ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୨ ମେ’ ୨୦୨୩ରେ, କଣ୍ଡୁଲା ଏକ ଟ୍ରକ୍ ଚଳାଇ ହ୍ୱାଇଟ ହାଉସ ସୁରକ୍ଷା କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଆମେରିକୀୟ ଗଣତାନ୍ତ୍ରିକ ସରକାରଙ୍କୁ ଉପାଡ଼ି ନାଜି ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ଏକ ଏକଛତ୍ରବାଦ ପ୍ରତିଷ୍ଠା କରିବା।

କଣ୍ଡୁଲା ପ୍ରାୟ ୬ ମାସ ଧରି ଏପ୍ରକାର ଏକ ଆକ୍ରମଣର ଯୋଜନା କରିଥିଲେ। ମେ ୨୨ ତାରିଖରେ ସେ ମିସୌରୀର ସେଣ୍ଟ ଲୁଇସରୁ ୱାଶିଂଟନ, ଡି.ସି. ପାଇଁ ପ୍ରସ୍ଥାନ କରିଥିଲେ। ସେ ୱାଶିଂଟନ, ଡି.ସି. ଚାଲିଗଲେ ଏବଂ ଡଲେସ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏକ ଟ୍ରକ୍ ଭଡାରେ ନେଇଥିଲେ। ତେବେ ସେ ଟ୍ରକଟିକୁ ହ୍ୱାଇଟ ହାଉସର ସୁରକ୍ଷା ବ୍ୟାରିକେଡରେ ଧକ୍କା ଦେଇଥିଲେ। ଆକ୍ରମଣ ସମୟରେ, କଣ୍ଡୁଲା ଏକ ନାଜି ସ୍ୱସ୍ତିକ ପତାକା ମଧ୍ୟ ଉଡ଼ାଇଥିଲେ ଏବଂ ତାଙ୍କୁ ୟୁଏସ ପାର୍କ ପୋଲିସ ଏବଂ ସିକ୍ରେଟ ସର୍ଭିସ କର୍ମଚାରୀମାନେ ତୁରନ୍ତ ଗିରଫ କରିଥିଲେ। ତେବେ ୧୩ ମେ’ ୨୦୨୪ରେ ତାଙ୍କୁ ଆମେରିକୀୟ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଜେରା ସମୟରେ ସେ ଆମେରିାକ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିବା ନେଇ ମଧ୍ୟ ବୟାନ୍ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking