34.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ନିଖୋଜ

ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ନିଖୋଜ

ରୁଷ : ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ଜଣ ନିଖୋଜ ଅଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ କେରଳର ଜଣେ ଯବାନ ପ୍ରାଣ ହରାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। କେରଳର ମୃତ ଯବାନଙ୍କ ମରଶରୀରକୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରୁଷ ସେନାରେ ୧୨୬ ଜଣ ଯବାନ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ ଭାରତୀୟ ରୁଷ ସେନାରେ ସାମିଲ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୬ ଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ଅନ୍ୟ ୧୨ ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking