ଭୁବନେଶ୍ୱର : କେଶକୁ ସୁନ୍ଦର ଏବଂ ସିଲ୍କ ରଖିବା ପାଇଁ ନାମୀ ଦାମୀ ହେୟାର ସ୍ପ୍ରେ ବ୍ୟବହାର କରନ୍ତି ଆଜିର ଯୁବପିଢି । ବିଭିନ୍ନ ପାର୍ଲର , ସାଲୁନରେ ମଧ୍ୟ ବ୍ୟବହାର କରନ୍ତି । ତେବେ ଜାଣିଛନ୍ତି କି ଏହା କେତେ ହାନିକାରକ । ହେୟାର ସ୍ପ୍ରେ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଆଜିକାଲି ସମସ୍ତେ ନିଜ କେଶକୁ ଷ୍ଟାଇଲ କରିବା ପାଇଁ ପ୍ରାୟତଃ ହେୟାର ସ୍ପ୍ରେ ବ୍ୟବହାର କରନ୍ତି । ତେବେ ଏହା କ୍ରମାଗତ ଭାବେ ବ୍ୟବହାର କରିବା ଦ୍ୱାରା କେଶର କ୍ଷତି ହୋଇଥାଏ । ହେୟାର ସ୍ପ୍ରେରେ ଥିବା ରାସାୟନିକ ପଦାର୍ଥ କେଶର ଆଦ୍ରତାକୁ ହ୍ରାସ କରିଥାଏ । ଏହି ସ୍ପ୍ରେ କେଶକୁ ଦୁର୍ୱଳ କରେ ଏବଂ କେଶ ଝଡିଥାଏ । ଅଧିକ ପରିମାଣରେ ବ୍ୟବହାର କରିବା ଦ୍ୱାରା ମୁଣ୍ଡରେ ଗଞ୍ଜାପଣ ସୃଷ୍ଟି ହୋଇଥାଏ । ଏବଂ ଆଲର୍ଜି ମଧ୍ୟ ହୋଇଥାଏ । ଅତ୍ୟଧିକ ବ୍ୟବହାର ଦ୍ୱାରା କେଶର ପ୍ରାକୃତିକ ରଙ୍ଗ କମିବା ଆରମ୍ଭ କରେ । ହେୟାର ସ୍ପ୍ରେ ଅଳ୍ପ ବ୍ୟବହାର କରିବା ଆବଶ୍ୟକ । ଏହା ପରେ ଶୀଘ୍ର ସାମ୍ପୋ କରିନିଅନ୍ତୁ ।