ପୁରୀ : ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି ବୈଠକ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ହେବ । ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ତା ପରେ ସ୍ୱତଲିପି ପ୍ରସ୍ତୁତ ହେବ ବୋଲି କହିଲେ ଆଇନ ମନ୍ତ୍ରୀ । ସୂଚନା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ସ୍ବାଭାବିକ ହୋଇଥିଲା ନୀତିକାନ୍ତି। ଗତକାଲିଠୁ ନୀତିକାନ୍ତି ସୂଚାରୁ ରୂପେ ଚାଲିଛି। ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁର ଉପବାସରେ ରହିଥିଲେ, ନୀତିକାନ୍ତି ବନ୍ଦ ରହିଥିଲା।