33.1 C
Bhubaneswar
Monday, February 23, 2026
Homeଦେଶ ବିଦେଶରୁଷ୍‌-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହରାଇଲେ କେରଳ ଯୁବକ; ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କଲା ଭାରତ

ରୁଷ୍‌-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହରାଇଲେ କେରଳ ଯୁବକ; ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କଲା ଭାରତ

ମସ୍କୋ: ଜାରି ରହିଥିବା ରୁଷ୍‌-ୟୁକ୍ରେନ୍ ଯୁଦ୍ଧରେ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା ଯୁବକଜଣକଙ୍କ ନାମ ବିନିଲ ଟିବି (୩୨) ଏବଂ ସେ କେରଳର ତ୍ରିସୁର ଜିଲ୍ଲାର ବଡ଼କ୍କାନଚେରିର ସ୍ଥାୟୀ ବାସିନ୍ଦା। ତେବେ ସେ ରୁଷ୍‌ରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ଯୁଦ୍ଧ ସମୟରେ ତାଙ୍କୁ ଜୋରଜବରଦସ୍ତି ରୁଷ୍ ସେନାରେ ଭର୍ତ୍ତି କରାଯାଇଥିଲା। ସେ ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ରୁଷ୍ ପକ୍ଷରୁ ଲଢ଼େଇ କରୁଥିଲେ। ତେବେ ବିନିଲ୍‌ଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଛି। ରୁଷ୍ ସେନାରେ କାର୍ଯ୍ୟରତ ଅବଶିଷ୍ଟ ନାଗରିକମାନଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ରୁଷକୁ କହିଛି।

ଏଥିସହ ମୃତ୍ୟୁବରଣ କରିଥିବା ବିନିଲ୍‌ଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ମନ୍ତ୍ରଣାଳୟ। ସେହିପରି କେରଳର ଅନ୍ୟଜଣେ ଯୁବକ ଯୁଦ୍ଧରେ ଆହତ ହୋଇ ଏବେ ମସ୍କୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ମଧ୍ୟ ସୁରକ୍ଷିତ ଫେରାଇ ଆଣିବାକୁ ବିଦେଶ ମନ୍ତ୍ରଣାଳୟ ଉଦ୍ୟମ ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଆମେ ରୁଷୀୟ କର୍ତ୍ତୃପକ୍ଷଙ୍କ ସହ ବୈଠକ କରିଛୁ ଏବଂ ରୁଷସେନା ପାଇଁ କାମ କରୁଥିବା ଭାରତୀୟମାନଙ୍କୁ ଯଥାଶୀଘ୍ର ମୁକ୍ତ କରାଯିବା ଉଚିତ ବୋଲି ଜଣାଇଛୁ। ଭାରତୀୟ ନାଗରିକଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରଣାଳୟ କହିଛି। ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କ ପରିବାର ସହ ଯୋଗାଯୋଗରେ ଅଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେଉଛି ବୋଲି ମନ୍ତ୍ରଣାଳୟ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking