24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶସାଉଥ ଆଫ୍ରିକା : ବେଆଇନ ସୁନାଖଣିରେ ଚାଲିଗଲା ୧୦୦ ଶ୍ରମିକଙ୍କ ଜୀବନ

ସାଉଥ ଆଫ୍ରିକା : ବେଆଇନ ସୁନାଖଣିରେ ଚାଲିଗଲା ୧୦୦ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ଏକ ବେଆଇନ ସୁନା ଖଣିରେ ୧୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନେକ ମାସ ଧରି ଖଣିରେ ଫସିଥିବା ଶ୍ରମିକ କିଛି ନ ଖାଇ ନ ପିଇବାରୁ ଜୀବନ ଚାଲିଯାଇଛି । ସାଉଥ ଆଫ୍ରିକାର ଷ୍ଟିଲଫୋଣ୍ଟେନ ସହରର ନିକଟ ବଫେଲ୍ସଫୋଟେନ ସ୍ଥିତ ସୁନାଖଣିରେ ପାଖାପାଖି ୧୦୦ ଶ୍ରମିକ ଫସିଥିଲେ । ସେମାନଙ୍କୁ ବାହାର କରିବା ପରେ ମୃତ୍ୟୁର କାରଣ ଜଣାପଡିଛି । ଏହି ଘଟଣା ସହିତ ଜଡିତ ଶ୍ରମିକଙ୍କ ମୋବାଇଲରେ କରାଯାଇଥିବା ଭିଡିଓରୁ ସୂଚନା ମିଳିଛି । ମାଇନିଂ ଆଫେକ୍ଟେଡ କମ୍ୟୁନିଟିଜ ୟୁନାଇଟେଡ ଇନ ଆକ୍ସନ ଗ୍ରୁପ ମୁତାବକ, ଉଦ୍ଧାର କାର୍ଯ୍ୟରେ ଏଯାଏଁ ୨୬ ଜଣ ଶ୍ରମିକଙ୍କୁ ଜୀବିତ ବାହାର କରାଯାଇଛି । ୧୮ ଜଣ ଶ୍ରମିକ ମୃତଦେହ ବାହାରକୁ ଅଣାଯାଇଛି ।

ଖଣି ଏତେ ଗଭୀର ଯେ ଆଉ ୫୦୦ ଶ୍ରମିକ ଫସିଥିବା ଜଣାପଡିଛି । ଖଣିର ଗଭୀରତାର ୨.୫ କିମି ରହିଛି । ପୋଲିସ ପକ୍ଷରୁ ଖଣି ସିଲ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଶ୍ରମିକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଶ୍ରମିକମାନେ ଗିରଫ ଭୟରେ ବାହାରକୁ ଆସୁନଥିଲେ । ପୋଲିସ ଖଣିରେ ପଡିଥିବା ରଶିକୁ କାଢିଦେଇଥିଲା, ଫଳରେ ସେମାନେ ବାହାରକୁ ଆସିପାରୁନଥିଲେ । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଭୋକ ବୋଲି ଜଣାପଡିଛି । ଖଣିରେ ଖାଇବା ଏବଂ ପାଣି ସପ୍ଲାଏ ବନ୍ଦ ହେବା ଯୋଗୁଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପରି ସ୍ଥଳେ ଶ୍ରମିକଙ୍କ ମୃତ୍ୟୁ ଖଣିର ସୁରକ୍ଷା ଏବଂ ପ୍ରବନ୍ଧନ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସୂଚନାଯୋଗ୍ୟ, ସାଉଥ ଆଫ୍ରିକାରେ ବେଆଇନ ଖଣି ଖନନ ସାଧାରଣ ସମସ୍ୟା । ବଡ କମ୍ପାନୀ ଖଣିକୁ ବେକାର ଭାବି ଛାଡି ଦେଇଥାଏ । ସ୍ଥାନୀୟ ଲୋକ ସେଠାରେ ସୁନା ମିଳିବା ଆଶାରେ ଖୋଳନ୍ତି । ଫଳରେ ସେମାନଙ୍କୁ ଜୀବନ ଏମିତି ଅକାରଣରେ ଚାଲିଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking