30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଶରୀରରେ ନିଆଁ ଲଗାଇ ରାସ୍ତାରେ ବୁଲିଲେ ସ୍ୱାମୀ, କାହିଁକି ଜାଣନ୍ତୁ..

ଶରୀରରେ ନିଆଁ ଲଗାଇ ରାସ୍ତାରେ ବୁଲିଲେ ସ୍ୱାମୀ, କାହିଁକି ଜାଣନ୍ତୁ..

ନୂଆଦିଲ୍ଲୀ: ବରେଲିରେ ଜଣେ ବ୍ୟକ୍ତି ନିଜ ଶରୀରରେ ନିଆଁ ଲଗାଇ ରାସ୍ତାରେ ବୁଲିଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟଲୋକେ ଉକ୍ତ ବ୍ୟକ୍ତିଙ୍କୁ ଆୟତ୍ତ କରି ନିଆଁ ଲିଭାଇ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ବ୍ୟକ୍ତିଙ୍କ ନାମ ସଲିମ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସକଲେନ ନଗରରେ ରହୁଥିବା ୪୦ବର୍ଷୀୟ ସଲିମ ଅଳିଆ ସଂଗ୍ରହ କାମ କରୁଥିଲେ। ଗତ ରବିବାର ସ୍ତ୍ରୀ ନଜମିନଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହି ଝଗଡ଼ାକୁ କେନ୍ଦ୍ର କରି ସଲିମ ରାଗି ଯାଇଥିଲେ। ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ସଲିମ ଶରୀରରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଲିମଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking