15.1 C
Bhubaneswar
Monday, January 13, 2025
Homeଦେଶ ବିଦେଶକାଲିଫର୍ଣ୍ଣିଆରେ ଭୟଙ୍କର ବ୍ୟାପୁଛି ଜଙ୍ଗଲ ନିଆଁ: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କାଲିଫର୍ଣ୍ଣିଆରେ ଭୟଙ୍କର ବ୍ୟାପୁଛି ଜଙ୍ଗଲ ନିଆଁ: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ୱାଶିଂଟନ୍‌: କାଲିଫର୍ଣ୍ଣିଆରେ ଅଗ୍ନି ବିପର୍ଯ୍ୟୟ ଭୟଙ୍କର ହେଉଛି । ଥମିବା ବଦଳରେ ନୂଆ ଅଞ୍ଚଳକୁ ଗ୍ରାସୁଛି ଜଙ୍ଗଲ ନିଆଁ । ବଢ଼ୁଛି ଲସ୍ ଏଞ୍ଜେଲସ୍ ପାଇଁ ଅଗ୍ନି ବିପତ୍ତି । ଜୁନୁଆରୀ ୭ରେ ଆରମ୍ଭ ହୋଇଥିଲା ଜଙ୍ଗଲ ନିଆଁ । ଏବେ ୩୬ ହଜାର ଏକର ଜଙ୍ଗଲକୁ ଜାଳି ପୋଡି ପାଉଁଶ କରି ଦେଲାଣି । ଗୋଟିଏ ପରେ ଗୋଟିଏ ଜନବସତିକୁ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି । ୧୨ ହଜାରରୁ ଅଧିକ ଘର ଜଳି ଗଲାଣି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବହୁ ବଣ୍ୟଜନ୍ତୁ ଜଙ୍ଗଲ ନିଆଁରେ ଜଳି ଗଲେଣି । ପ୍ରାୟ ୨ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ପଳାଇଲେଣି । ଅନେକ ହଲିଉଡ୍ ତାରକା ଘର ଛାଡ଼ିଛନ୍ତି । କିଛି ସହର ସଂପୂର୍ଣ୍ଣ ଜଳି ଗଲାଣି ।

୧୨ ଲକ୍ଷ କୋଟିର ସଂପତ୍ତି ପାଉଁଶ ହୋଇ ଗଲାଣି । ଜଙ୍ଗଲ ନିଆଁକୁ ଇନ୍ଧନ ଦେଉଛି ସାଉଥ ଅନା ୱିଣ୍ଡ । ଏହି ପବନ ନିଆଁକୁ ବ୍ୟାପିବାରେ ସହାୟତା କରୁଛି। ଦକ୍ଷିଣ ଲସ୍ ଏଞ୍ଜେଲସ୍ ର ଶୁସ୍କ ଅଞ୍ଚଳରୁ ଆସୁଥିବା ଏହି ପବନ ନିଆଁକୁ ଅଧିକ ଭୟଙ୍କର କରିଛି । ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି । ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ୩୦ ହେଲିକପ୍ଟର ଆକାଶରୁ ପାଣି ବୃଷ୍ଟି କରୁଛନ୍ତି । ନିଆଁ ଆୟତ୍ତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳ ଅଭାବ ଯୋଗୁଁ କିପରି ନିଆଁ ଲିଭାଇବା କାମ ପ୍ରଭାବିତ ହେଉଛି ସେ ତାହାର ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଜଙ୍ଗଲ ନିଆଁ ପାଇଁ ପରିବେଶ ନୀତିକୁ ଦାୟୀ କରିଛନ୍ତି ଟ୍ରମ୍ପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking