ଭୁବନେଶ୍ୱର: ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ଦୂର କରିବାକୁ ଗୁରୁତ୍ୱ ଦିଆଯାଇଛି । ଅଧିକ ଓଭର ବ୍ରିଜ୍ ଓ ରିଂ ରୋଡ ନିର୍ମାଣ ହେବ । ଦୁଇ ଥର ବୈଠକରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତୁରନ୍ତ ପ୍ଲାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ ସମସ୍ୟା ଦୂର ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଗୁରୁତ୍ୱ ଦିଆଯାଇଛ । ଲୋକେ କିପରି ଅଧିକ ବସ୍ ବ୍ୟବହାର କରିବେ, ସେନେଇ ବ୍ୟବସ୍ଥା କରାଯାଉଛି । ଡବଲ ଡେକର ବସ୍ ସେବା ଆରମ୍ଭ କରାଯାଇଛି । ଏନେଇ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।