23.1 C
Bhubaneswar
Sunday, February 8, 2026
Homeଖେଳପାକିସ୍ତାନ ଟେଷ୍ଟ୍ ଟିମ୍‌କୁ ଫେରିଲେ ଇମାମ୍ ଉଲ୍ ହକ୍‌; ନସିମ୍ ଶାହଙ୍କ ସମେତ ୭ ଖେଳାଳି...

ପାକିସ୍ତାନ ଟେଷ୍ଟ୍ ଟିମ୍‌କୁ ଫେରିଲେ ଇମାମ୍ ଉଲ୍ ହକ୍‌; ନସିମ୍ ଶାହଙ୍କ ସମେତ ୭ ଖେଳାଳି ବିଦା

କରାଚି: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍‌ର ଘରୋଇ ଟେଷ୍ଟ ସିରିଜ୍ ପାଇଁ ପାକିସ୍ତାନ ଟିମ୍ ଘୋଷଣା ହୋଇଛି। ଶନିବାର ଘୋଷିତ ଟିମ୍‌ର ନେତୃତ୍ୱ ଶାନ୍ ମସୁଦ୍‌ଙ୍କ ଉପରେ ନ୍ୟସ୍ତ ହୋଇଥିବା ବେଳେ ସଉଦ ସକିଲ୍ ତାଙ୍କ ଡେପୁଟି ନିଯୁକ୍ତ ହୋଇଛନ୍ତି। ନିକଟରେ ସାଉଥ୍ ଆଫ୍ରିକା ଗସ୍ତରେ ୦-୨ର ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟିମ୍‌ରେ ୭ ପରିବର୍ତ୍ତନ କରିଛି।

ସ୍ପିନ୍ ବିଭାଗ ଶକ୍ତିଶାଳୀ କରିବା ନିମନ୍ତେ ଅଫ୍ ସ୍ପିନର୍ ସାଜିଦ୍ ଖାନ୍ ଓ ମିଷ୍ଟ୍ରି ସ୍ପିନର୍ ଅବରାର୍ ଅହମଦ୍‌ଙ୍କୁ ପୁଣିଥରେ ଟିମ୍‌କୁ ଡକାଯାଇଛି। ସେହିପରି ଓପ୍ନର୍ ଇମାମ୍ ଉଲ୍ ହକ୍‌ଙ୍କର ବହୁଦିନ ପରେ ଟେଷ୍ଟ୍ ଟିମ୍‌ରେ ପ୍ରତ୍ୟାବର୍ତ୍ତନ ଘଟିଛି। ମହମ୍ମଦ ହୁରେରା ଏବଂ ମହମ୍ମଦ ଅଲୀ ମଧ୍ୟ ସ୍ଥାନ ହାସଲରେ ସଫଳ ହୋଇଛନ୍ତି। ସେହିପରି ଅନ୍‌କ୍ୟାପ୍‌ଡ କାଶିଫ୍ ଅଲୀ ଓ ୱିକେଟ୍‌କିପର୍ ରୋହେଲ୍ ନଜିର୍‌ଙ୍କୁ ଟିମ୍‌ରେ ସ୍ଥାନ ମିଳିଛି। ଓପ୍ନର୍ ସଇମ୍ ଅୟୁବ୍ ଓ ୱିକେଟ୍‌କିପର୍ ବ୍ୟାଟର୍ ହସିବୁଲ୍ଲାହଙ୍କୁ ଆହତ କାରଣରୁ ଟିମ୍‌ରୁ ବାଦ୍ ଦିଆଯାଇଛି। ଅନ୍ୟ ଜଣେ ଓପ୍ନର୍ ଅବ୍‌ଦୁଲ୍ଲା ଶଫିକ୍‌ଙ୍କୁ ଖରାପ ପ୍ରଦର୍ଶନ ପାଇଁ ଟିମ୍‌ରୁ ବାହାର କରାଯାଇଛି। ଫାଷ୍ଟ୍ ବୋଲର୍ ମୀର ହମ୍‌ଜା, ଆମିର ଜମାଲ, ମହମ୍ମଦ ଆଽାସ୍ ଓ ନସିମ୍ ଶାହଙ୍କୁ ୱାର୍କଲୋଡ୍ ମ୍ୟାନେଜମେଣ୍ଟ୍ ଅଧୀନରେ ବିଶ୍ରାମ ଦିଆଯାଇଛି। ଏହି ସାତ ଖେଳାଳି ସାଉଥ୍ ଆଫ୍ରିକା ଗସ୍ତରେ ଟେଷ୍ଟ୍ ଟିମ୍‌ର ସଦସ୍ୟ ଥିଲେ। ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ୍ ସିରିଜ୍ ଜାନୁଆର ୧୭ରୁ ଆରମ୍ଭ ହେବ। ପରବର୍ତ୍ତୀ ମ୍ୟାଚ୍ ୨୫ ତାରିଖରେ ଖେଳାଯିବ।ଦୁଇଟି ଯାକ ଟେଷ୍ଟ୍ ମ୍ୟାଚ୍ ମୁଲ୍‌ତାନ୍‌ରେ ଆୟୋଜିତ ହେବ।

ପାକିସ୍ତାନ ଟେଷ୍ଟ୍ ସ୍କ୍ୱାଡ୍‌: ଶାନ୍ ମସୁଦ୍ (କ୍ୟାପ୍‌ଟେନ୍‌), ସଉଦ ଶକିଲ୍ (ଭାଇସ୍ କ୍ୟାପ୍‌ଟେନ୍‌), ଅବରାର୍ ଅହମଦ, ବାବର ଆଜମ୍‌, ଇମାମ୍ ଉଲ୍ ହକ୍‌, କାମରାନ୍ ଗୁଲାମ, କାଶିଫ୍ ଅଲୀ, ଖୁର୍‌ମ ଶାହଜାଦ୍‌, ମହମ୍ମଦ ଅଲୀ, ମହମ୍ମଦ ହରେରା, ମହମ୍ମଦ ରିଜୱାନ୍ (ୱିକେଟ୍‌କିପର୍‌), ନୋମାନ ଅଲୀ, ରୋହେଲ୍ ନଜିର (ୱିକେଟ୍‌କିପର୍‌), ସାଜିଦ୍ ଖାନ୍ ଓ ସଲମାନ ଅଲୀ ଆଗା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking